Breaking News

ରେମଣ୍ଡା ଡିଗ୍ରୀ ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ

 
 
ବରଗଡ଼--- ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ଡିଗ୍ରୀ ମହାବିଦ୍ୟାଳୟ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ମା ସମଲେଶ୍ଵରୀ ଦେବୀଙ୍କ ମନ୍ଦିର ରୁ ଛାତ୍ରଛାତ୍ରୀ ମାନେ ମଶାଲ ଆଣି ମହାବିଦ୍ୟାଳୟ ଠାରେ ପହଞ୍ଚି ଥିଲେ। ଏଥିରେ ମୁଖ୍ୟ ଅତିଥି ଭାବରେ ମହାବିଦ୍ୟାଳୟ ଅଧକ୍ଷ ବଳରାମ ପ୍ରଧାନ ଯୋଗ ଦେଇ କ୍ରୀଡା ଉତ୍ସବକୁ ଆନୁଷ୍ଠାନିକ ଭାବେ  ଉଦଘାଟନ କରିଥିଲେ। ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ହୋଇଥିଲା। ଏଥିରେ +୨ ମହାବିଦ୍ୟାଳୟ ର ଖେଳଶିକ୍ଷକ ଅର୍ଜୁନ ପ୍ରଧାନ ଖେଳ ପରିଚାଳନା କରିଥିଲେ।କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ବାଳକ ବିଭାଗରେ ସିରାଜ ସେଠ ଓ ବାଳିକା ବିଭାଗରେ ଚମ୍ପିଆନ୍ ହୋଇଥିଲେ। ସ୍ୱେଚ୍ଛାସେବୀ ବିଭାଗ ରେ ରିଙ୍କୁ ପଣ୍ଡା, ମଳୟ ଥାଟି, ସୁଭମ ପ୍ରଧାନ, ହୃଷୀକେଶ ମହାକୁର, କୌଶିକ ଗେଜୋ ପ୍ରମୁଖ ଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ଏଥିରେ +୨ ଓ +୩ ମହାବିଦ୍ୟାଳୟ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ପରିଶେଷରେ ଡିଇଓ ବିଶ୍ବଜିତ କର ଧନ୍ୟବାଦ ଅର୍ପଣ କରିଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧/୧/୨୦୨୩---୧୧,୧୦ Sakhigopal News,1/1/2023

Blog Archive

Popular Posts