Breaking News

କୁମୁକା ଜଙ୍ଗଲ ଓ ବକୁଳବନ ସୁରକ୍ଷା ଅଭିଯାନ



ଡେଲାଙ୍ଗ :ପବିତ୍ର ବକୁଳ ଅମାବାସ୍ୟା ଓ ଜାତୀୟ କୃଷକ ଦିବସ ପାଳନ ଅବସରରେ ସବୁଜ ଡେଲାଙ୍ଗ ଟ୍ରଷ୍ଟ ର ଆବାହକ ପ୍ରକୃତିପ୍ରେମୀ ଆଇନଜୀବୀ ହୃଷୀକେଶ ପାଢ଼ୀ ଶ୍ରୀକ୍ଷେତ୍ର ମହୋଦଧି ବେଳାଭୁମି ରୁ ଐତିହ୍ୟ ସତ୍ୟବାଦୀ ର ସର୍ବପୁରାତନ ବକୁଳବନ ଓ ଡେଲାଙ୍ଗ ର  କୁମୁକା ଜଙ୍ଗଲ ସୁରକ୍ଷା ଅଭିଯାନ ଆରମ୍ଭ କରିଛନ୍ତି | ପୂରୀ ବାର ସଙ୍ଘ ର ଆଇନଜୀବୀ କେଦାରନାଥ ମହାନ୍ତି ବ୍ୟାନର ପ୍ରଦର୍ଶନ କରି ଅଭିଯାନର ଶୁଭ ଉଦଘାଟନ କରିଛନ୍ତି ।ଏହାପରେ ଶ୍ରୀ ପାଢ଼ୀ ଉପସ୍ଥିତ ଜନସାଧାରଣ ଙ୍କୁ ପରିବେଶ ସୁରକ୍ଷା ଉପରେ ସମ୍ୟକ ବୁଝାଇବା ସହ ସମୁଦ୍ରରେ ପ୍ଲାଷ୍ଟିକ ଖଣ୍ଡ, ପଲିଥିନ ଆଦି ନ ପକାଇବା ପାଇଁ ନିବେଦନ କରିଥିଲେ । ବର୍ତମାନ ଅଲିଭ ରିଡଲେ କଇଁଚ ଙ୍କ ପ୍ରଜନନ ଋତୁ ତଥା ଅଣ୍ଡାଦାନ ପ୍ରକ୍ରିୟା ଚାଲୁ ଥିବାରୁ ନିଷିଦ୍ଧାଞ୍ଚଳରେ ଡ଼ଙ୍ଗା ଓ ଟ୍ରଲର ଆଦି ନେଇ ଜାଲ ନେଇ ମାଛ ନ ଧରିବାକୁ ପରାମର୍ଶ ଦେଉଥିଲେ ।ଯାହା ଦ୍ୱାରା ପରିବେଶ କୁ ସୁରକ୍ଷା ଦେଉଥିବା ଅଲିଭ ରିଡଲେ ଙ୍କ ସୁରକ୍ଷା ହୋଇପାରିବ ।‌‌ ଏହାପରେ ବକୁଳବନ ଓ ଡେଲାଙ୍ଗ ର ସର୍ବପୁରାତନ କୁମୁକା ଜଙ୍ଗଲ ର ସୁରକ୍ଷା ପାଇଁ ଜନସାଧାରଣ ଙ୍କ ର ସହଯୋଗ କାମନା କରିଥିଲେ । ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୩/୧୨/୨୦୨୨---୮,୧୦ Sakhigopal News,23/12/2022

Blog Archive

Popular Posts