କେତକୀପାଟଣା ନୋଡାଲ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ
ସାକ୍ଷୀଗୋପାଳ---- ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ କେତକୀପାଟଣା ନୋଡାଲ ଉଚ୍ଚ ବିଦ୍ୟାଳୟ ରେ ଦୁଇ ଦିନ ଧରି ଅନୁଷ୍ଠିତ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି । ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବସନ୍ତ କୁମାର ମିଶ୍ର ଆନୁଷ୍ଠାନିକ ଭାବରେ ଉତ୍ସବ କୁ ଉଦଯାପନ କରିଥିଲେ। ବିଦ୍ୟାଳୟ ର କ୍ରୀଡା ଶିକ୍ଷକ ଉମାକାନ୍ତ ନାୟକ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ ଦୌଡ଼,ଭଲିବଲ, ଫୁଟବଲ,କବାଡି,ଉଚ୍ଚ ଡିଆଁ, ଲମ୍ବ ଡ଼ିଆଁ ଏଭଳି ଅନେକ ଖେଳରେ ଭାଗ ନେଇଥିଲେ । ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଶିକ୍ଷକ ପ୍ରକାଶ ଚନ୍ଦ୍ର ସ୍ୱାଇଁ, କମଳ ଲୋଚନ ନାୟକ,ରୁମଝୁମ ମହାନ୍ତି,ସବିତା ପ୍ରଧାନ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୦/୧୨/୨୦୨୨----୮,୧୦ Sakhigopal News,20/12/2022