Breaking News

କୃଷି ଓ ବୈଷୟିକ ପରିଚାଳନା ସଂସ୍ଥା (ଆତ୍ମା)ର ଅଧକ୍ଷ ଚୟନ

 


ଜଟଣୀ : ଜଟଣୀ କୃଷି ଓ ବୈଷୟିକ ପରିଚାଳନା ସଂସ୍ଥା (ଆତ୍ମା)ର ଅଧକ୍ଷ ଭାବେ ଜଟଣୀ ବ୍ଲକ ଅଙ୍ଗାରପଡା ପଞ୍ଚାୟତର ବିଶ୍ୱଭୂଷଣ ସାମନ୍ତରାୟ ନିର୍ବାଚିତ ହୋଇଛନ୍ତି |ଆଜି ପୂର୍ବାହ୍ନରେ ଜଟଣୀ ବ୍ଲକ କୃଷି ବିଭାଗ କାର୍ଯ୍ୟାଳୟ ବୈଠକରେ ଆତ୍ମା କମିଟିର ସମସ୍ତ ସଦସ୍ୟମାନେ ଉପସ୍ଥିତ ରହି ନିର୍ବାଚନ ପରିଚାଳନା କରାଯାଇଥିଲା |'ଆତ୍ମା' ଅଧକ୍ଷ ପଦ ପାଇଁ ପଦନପୁର ପଞ୍ଚାୟତର ବିଜୟ କେତନ ଜେନା ଏବଂ ଅଙ୍ଗାରପଡା ପଞ୍ଚାୟତର ବିଶ୍ୱଭୂଷଣ ସାମନ୍ତରାୟ ଦୁଇଜଣ ନାମାଙ୍କନ ଭରିଥିଲେ |ମୋଟ 25 ଜଣ "ଆତ୍ମା'କମିଟି ସଦସ୍ୟ ମାନଙ୍କ ଭିତରୁ 23 ଜଣ ଉପସ୍ଥିତ ଥିଲେ |ବିଶ୍ୱଭୂଷଣ ଙ୍କୁ 21 ଖଣ୍ଡ ଭୋଟ ମିଳିଥିବା ବେଳେ ବିଜୟକେତନ ଙ୍କୁ ଦୁଇଜଣ ସମର୍ଥନ ଦେଇଥିଲେ |ତେବେ ଏହି ଅଧକ୍ଷ ନିର୍ବାଚନ ରେ ବ୍ଲକ କୃଷି ଅଧିକାରୀ ରାଧାଶ୍ୟାମ ଦାସ, ବ୍ଲକ ଚେୟାରମ୍ୟାନ ଜୟନ୍ତୀ ଛୋଟରାୟ,ଜିଲ୍ଲାପରିଷଦ ରୋନିତା ଦଳେଇ, ଭେଟେନାରୀ ଡାକ୍ତର ରୋଜାଲିନ ଖଟୁଆ, ଉଦ୍ୟାନ ବିଭାଗ ଅଧିକାରୀ, ଦୁଇଜଣ ପଞ୍ଚାୟତ ସମିତି ମେମ୍ବର ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ |
ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୧/୧୨/୨୦୨୨----୮,୪୫ Sakhigopal News,21/12/2022

Blog Archive

Popular Posts