Breaking News

ରେମଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ


 
ବରଗଡ଼-- ବରଗଡ ଜିଲ୍ଲା ରେମଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବାର୍ଷିକ କ୍ରୀଡା ଉତ୍ସବ ୨ ଦିନ ଧରି ପାଳିତ ହୋଇଯାଇଛି। ଏହି ଉତ୍ସବକୁ ଯୁକ୍ତ ଦୁଇ ମହାବିଦ୍ୟାଳୟର  ଅଧ୍ୟକ୍ଷ ଝସକେତନ ପ୍ରଧାନ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡକ୍ଟର ମନୋରଞ୍ଜନ ସାହୁ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହିତ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରିଥିଲେ। ଏହି ଉତ୍ସବ କୁ ବିଦ୍ୟାଳୟ ର କ୍ରୀଡା ଶିକ୍ଷକ ଅର୍ଜୁନ ପ୍ରଧାନ ପରିଚାଳନା କରିଥିଲେ। ଏହି ଉତ୍ସବରେ ବିଦ୍ୟାଳୟର ଅଧ୍ୟାପକ ଧୃବରାଜ ପୁରୋହିତ, ସନ୍ତୋଷ ମିଶ୍ର, ଦନାର୍ଦ୍ଧନ ସାହୁ, ଗୋପାଲ ଚନ୍ଦ୍ର ଦାଶ, ଅର୍ଜୁନ ଦୋରା, ବିରଞ୍ଚି ମାହାଣା, ରମେଶ ରାଉତିଆ, ଅନୁପ ଭୋଇ, ସୁଜିତ୍ ସାହୁ, ଫଣିଦ୍ର ମିରିଗ, ବିନୋଦ ବାରିକ, କଳ୍ପନା ଚାନ୍ଦ, ରାଜଲକ୍ଷ୍ମୀ ପ୍ରଧାନ, ରେଣୁକା ସାହୁ,ସ୍ୱେତା ସାହୁ ଓ ଶ୍ରୁତିରେଖା ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ଚଳିତ ବର୍ଷ ର ବାଳକ ବିଭାଗରେ  ଅମିତ ଦଲେଇ ଓ ବାଳିକା ବିଭାଗରେ ସ୍ଵାତି ସଂଘମିତ୍ରା ପାଢୀ ଚମ୍ପିଆନ୍ ହୋଇଥିଲେ। ଶାନ୍ତି ଶୃଙ୍ଖଳାର ସହ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଥିଲା।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୨/୧୨/୨୦୨୨---୮,୧୦ Sakhigopal News,22/12/2022

Blog Archive

Popular Posts