Breaking News

ସାକ୍ଷୀଗୋପାଳ କଲେଜରେ ପଦାର୍ଥ ବିଜ୍ଞାନ ବିଭାଗରେ ସ୍ୱାଗତ ଉତ୍ସବ ଓ ସଂପାନ ଆୟୋଜନ

 
ସାକ୍ଷୀଗୋପାଳ :-  ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟରେ ପଦାର୍ଥ ବିଜ୍ଞାନ ସମ୍ମାନ ବିଭାଗ ଆନୁକୂଲ୍ୟରେ +୩ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ସ୍ୱାଗତୋତ୍ସବ ତଥା ପଦାର୍ଥ ବିଜ୍ଞାନର ବ୍ୟବହାରିକ କ୍ଷେତ୍ରରେ ଉପଯୋଗୀତା ଶୀର୍ଷକ ଏକ ସଂପାନ ଆୟୋଜିତ ହୋଇଯାଇଛି l ଅନୁଷ୍ଠାନର ଅଧ୍ୟକ୍ଷ ଡ଼ଃ ରତିକାନ୍ତ ପରିଡ଼ା ଅଧ୍ୟକ୍ଷତା କରିଥିଲେ । ଆୟୋଜିତ ଏହି କାର୍ଯ୍ୟକ୍ରମରେ ପଦାର୍ଥ ବିଜ୍ଞାନ ବିଭାଗର ମୁଖ୍ୟ ପ୍ରାଧ୍ୟାପକ ଶ୍ରୀ ସତ୍ୟ ଶିବ ସୁନ୍ଦର ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ l ଅନ୍ୟତମ ଅତିଥିଭାବେ ରସାୟନ ବିଭାଗର ମୁଖ୍ୟ ପ୍ରାଧ୍ୟାପକ ଶ୍ରୀ ଶଙ୍କର ପ୍ରସାଦ ମିଶ୍ର, ସଂସ୍କୃତ ବିଭାଗର ମୁଖ୍ୟା ତଥା ଏକାଡେ଼ମିକ ବରସାର ପ୍ରାଧ୍ୟାପିକା ଶ୍ରୀମତୀ ସୁଜାତା ମହାପାତ୍ର, ପଦାର୍ଥ ବିଜ୍ଞାନର ଅଧ୍ୟାପକ ଶ୍ରୀ ପ୍ରଦୂଷ ରଥ ତଥା ଅନୁଷ୍ଠାନର ବଡ଼ବାବୁ ଶ୍ରୀ ରାଜକିଶୋର ପତି ପ୍ରମୁଖ ଉପସ୍ଥିତ ରହିଥିଲେ l ସଂପାନରେ +୩  ତୃତୀୟ ବର୍ଷ ପଦାର୍ଥ ବିଜ୍ଞାନ ସମ୍ମାନ ବିଭାଗର ଛାତ୍ର ଓମ ପ୍ରକାଶ ମିଶ୍ର, ଅମର୍ତ୍ୟ ମିଶ୍ର, ଆୟୁଷ ମହାପାତ୍ର, ବିଶ୍ୱ ବିଜୟୀ ସଂଗ୍ରାମ କେଶରୀ ବିଶ୍ୱାଳ, ପ୍ରତାପ କୁମାର ସାହୁ, ଅବିନାଶ ପ୍ରହରାଜ, ଦିପ୍ତୀରଂଜନ ପରିଡ଼ା, ପୁଷ୍ପାଞ୍ଜଳି ମାର୍ଥା ପ୍ରମୁଖ ପ୍ରକଳ୍ପ ପାଠ କରିଥିଲେ l ସମଗ୍ର କାର୍ଯ୍ୟକ୍ରମଟିକୁ ଶ୍ରୀ ଓମ ପ୍ରକାଶ ମିଶ୍ର ପରିଚାଳନା କରିଥିଲେ ।
  ପଦାର୍ଥ ବିଜ୍ଞାନ ବିଭାଗ ଛାତ୍ରଛାତ୍ରୀଙ୍କ ଏଭଳି ଉଦ୍ୟମକୁ ଅତିଥି ତଥା ଅଧ୍ୟାପକ-ଅଧ୍ୟାପିକା ଭୂରୀଭୂରୀ ପ୍ରଶଂସା କରିଥିଲେ l
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୮/୧୨/୨୦୨୨---୮,୪୦ Sakhigopal News,28/12/2022

Blog Archive

Popular Posts