Breaking News

ସତ୍ୟବାଦୀ ସଂଗୀତ ଓ ନୃତ୍ୟୁ ମହୋତ୍ସବ ଉଦଯାପିତ



 ସାକ୍ଷୀଗୋପାଳ----- ସତ୍ୟବାଦୀ ସଂଗୀତ ଓ ନୃତ୍ୟୁ ମହୋତ୍ସବ ଦୁଇ ଦିନ ଧରି ସାକ୍ଷୀଗୋପାଳ ମନ୍ଦିର ନିକଟ ପାନ୍ଥଶାଳା ପରିସରରେ ଅନୁଷ୍ଠିତ ହୋଇଯାଇଛି । ସତ୍ୟବାଦୀ ସଂଗୀତ ମହାବିଦ୍ୟାଳୟ ଏହାର ଆୟୋଜକଥିଲେ ।  ଅନୁଷ୍ଠାନର ଏହାଥିଲା ୪୪ତମ ବାର୍ଷିକ ମହୋତ୍ସବ । ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ସତ୍ୟବାଦୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା ଓ ଶାସ୍ତୀୟ ସଂଗୀତ ସାଧକ ତଥା ଚଳଚିତ୍ରର ଅଭିନେତା ପଣ୍ଡିତ ଜଗନ୍ନାଥ ପ୍ରାଣିଗ୍ରାହୀ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ମର୍ଦ୍ଦଳ ଗୁରୁ ସଚ୍ଚିଦାନନ୍ଦ ଦାସଙ୍କୁ ସତ୍ୟବାଦୀ ସମ୍ମାନ ଓ ଗୁରୁ ଅଚ୍ୟୁତ ମହାରଣାଙ୍କୁ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ପୂର୍ବତନ ସଭାପତି ରାମକୃଷ୍ଣ ଖୁଣ୍ଠିଆ ସମ୍ମାନରେ ସମ୍ମଦ୍ଧିତ କରାଯାଇଥିଲା ।  ପ୍ରଥମ ସଂଧ୍ୟାରେ  ଗୀତାର ବାଦକ, ପଣ୍ଡିତ ଜଗନ୍ନାଥ ପ୍ରାଣିଗ୍ରାହୀଙ୍କ ଦ୍ୱାରା ଗୀତ ଗୋବିନ୍ଦ ଗାନ. ଗୁରୁ  ଅଚ୍ୟୁତ ମହାରଣାଙ୍କ ସଂଗୀତ ନିର୍ଦ୍ଦେଶନାରେ ଅନୁଷ୍ଠାନର ୩୦ ବର୍ଷ ତଳର ପୁରାତନ ଛାତ୍ରଛାତ୍ରୀଙ୍କ ଦ୍ୱାରା ଓଡିଶୀ ବୃନ୍ଦଗାନ, ଗୁରୁ ସଚିତାନନ୍ଦ ଦାସଙ୍କ ନିର୍ଦ୍ଦେଶନାରେ ମିଳିତ ବୃନ୍ଦ ମର୍ଦ୍ଦଳ ବାଦନ, ଗୁରୁ ଲିଙ୍ଗରାଜ ସ୍ୱାଇଁଙ୍କ ନିର୍ଦ୍ଦେଶନାରେ ରାମାୟଣ  କଥାବସ୍ତୁ ଉପରେ ଆଧାରିତ ସିତା ବଲ୍ଲଭ ନୃତ୍ୟୁ ପରିବେଷଣ କରାଯାଇଥିଲା ।  ଉଦଯାପନୀ ସଂଧ୍ୟାରେ ଅନୁଷ୍ଠାନର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଓଡିଶୀ, ସମ୍ବଲପୁରୀ, ଏକକ ନୃତ୍ୟୁ ଆଦି ଦର୍ଶକ ମାନଙ୍କୁ ବେଶ ଆକୃଷ୍ଟ କରିଥିଲା ।  ଅନୁଷ୍ଠାନର ସମ୍ପାଦକ ବଦ୍ରିନାରାୟଣ ଖୁଣ୍ଠିଆ ଆନୁଷ୍ଠାନିକ ଭାବେ ବାର୍ଷିକ ବିବରଣୀ ପାଠ କରିଥିଲେ । ଅତିଥି ଭାବେ ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା, ପେଣ୍ଠପଡା ସରପଞ୍ଚ ଚିନ୍ମୟ ରାଉତ, ଜୟପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ଆରାଧନା ସାମନ୍ତରା ,ସମାଜସେବୀ ଦେବଦତ୍ତ ସମାନ୍ତରାୟ,ଅନୁଷ୍ଠାନର ସଭାପତି ଦୁର୍ଗାପ୍ରସାଦ ମହାପାତ୍ର ଓ ଉପସଭାପତି ବ୍ରଜକିଶୋର ମହାପାତ୍ର  ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଯାପନ କରିଥିଲେ । ଦୁଇଦିନ ଧରି ମଞ୍ଚ ପରିଚାଳନା ଓ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଆଇନଜୀବୀ ଅଞ୍ଜନ ହୋତା ।  ଉପସ୍ଥିତ ଥିବା ଦର୍ଶକ ଓ  ଛାତ୍ରଛାତ୍ରୀ ସେମାନଙ୍କ ଅଭିଭାବକ ମାନଙ୍କୁ ଅନୁଷ୍ଠାନର ସମ୍ପାଦକ ଶ୍ରୀ ଖୁଣ୍ଠିଆ ଧନ୍ୟବାଦ ଦେଇଥିଲେ । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୫/୧୨/୨୦୨୨----୭.୧୦    Sakhigopal News, 25/12/2022

Blog Archive

Popular Posts