ସତ୍ୟବାଦୀ ଓ ପିପିଲି ନିର୍ବାଚନ ମଣ୍ଡଳୀରୁ ଜଳ ନିଷ୍କାସନ ପାଇଁ ପ୍ରୟାସ ପରିବାର ମୁଖ୍ୟ ସଚିବଙ୍କୁ ଭେଟିଲା
ସାକ୍ଷୀଗୋପାଳ ----- ସତ୍ୟବାଦୀ ଓ ପିପିଲି ନିର୍ବାଚନ ମଣ୍ଡଳୀ ଏକ ବନ୍ୟା ପ୍ଳାବିତ ଅଞ୍ଚଳ ଭାବେ ବେଶ ପୁରୀ ଜିଲ୍ଲାରେ ଜଣାଶୁଣା । ଏହାକୁ ନଜର କରି ପ୍ରୟାସ ପରିବାର ପକ୍ଷରୁ ଏକ ଜଳ ନିଷ୍କାସନର ସ୍ଥାୟୀ ପ୍ରତିକାର କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ମହାପାତ୍ରଙ୍କୁ ଏକ ଟିମ ଭେଟି ଆଲେଚନା କରିବା ସହ ୮ ଦଫା ସମ୍ମଳିତ ଏକ ସ୍ମାରକ ପତ୍ର ପ୍ରଦାନ କରିଥିବାର ଜଣାପଡିଛି । ପ୍ରୟାସ ପରିବାରର ସଭାପତି କୃଷ୍ଣ ଜଗଦେବ, ସମ୍ପାଦକ କାମକ୍ଷା ପ୍ରଧାନ, ରାଜ୍ୟ ନାବାର୍ଡ ସଂଯୋଜକ ପ୍ରାଚ୍ୟୁର୍ଯ୍ୟ ହୋତା, ବିଶ୍ୱଜିତ ବଡଜେନା, କିଶୋର ଚନ୍ଦ୍ର ମାର୍ଥା, ଜିଷ୍ଣୁଜୟ ମତ୍ତଗଜସିଂହ ପ୍ରମୁଖ ରହିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି,୨୩/୧୨/୨୦୨୨---୪,୩୦ Sakhigopal News, 23/12/2022