କେହି ନଥିବା ବେଳେ ,ଡାକ୍ତରଙ୍କ ଘରୁ ଚୋରି , ଥାନାରେ ଅଭିଯୋଗ
ଭଞ୍ଜନଗର - ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ ନୂଆଁସାହିରେ କେହି ନଥିବା ବେଳେ ରାତିରେ ଡାଃ ଜଗନ୍ନାଥ ମହାପାତ୍ର ଙ୍କ ଘରୁ ଚୋରି ହୋଇଥିବା ଜଣାପଡିଛି । ଏନେଇ ଡଃ ମହାପାତ୍ରଙ୍କ ସଂପର୍କୀୟ ରାଜେଶ ପାଣିଗ୍ରାହୀ ଭଞ୍ଜନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପରେ ଭଞ୍ଜନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ନେବାରେ ଜଣାପଡିଛି , ସ୍ତ୍ରୀ ଙ୍କ ଚିକିତ୍ସା ପାଇଁ ଡଃ ମହାପାତ୍ର ଭୂବନେଶ୍ବର ଚାଲିଯାଇଥିଲେ । ଘରେ କେହି ନଥିବାର ସୁଯୋଗ ନେଇ ରାତିରେ ଦୁର୍ବୃତ୍ତ ମାନେ ଘରର କବାଟ ଭାଙ୍ଗି ଘରେ ପଶିଥିଲେ । ଆଲମାରୀ ଭାଙ୍ଗି , ସେଥିରେ ଥିବା ଟଙ୍କା ଓ ସୁନା ଚୋରି କରି ନେଇଯାଇଥିବା ବେଳେ ଘରର ଲୁଗାପଟା ସବୁ ଫୋପାଡି ଦେଇଥିବା ଦେଖିବାକୁ ମିଳିଥିଲା । ତେବେ ଡଃ ମହାପାତ୍ର ଭୁବନେଶ୍ବରରୁ ଫେରିବା ପରେ ଚୋରି ସମ୍ପର୍କରେ ଅବଗତ ହୋଇଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୬/୧୨/୨୦୨୨---୯,୪୦ Sakhigopal News,26/12/2022