ଫୋନ କରି ଧମକ ଦେବା ହେଲା ମହଙ୍ଗା
କନ୍ଧମାଳ---- କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ ଲେତିଙ୍ଗିଆ ଗ୍ରାମ ପଞ୍ଚୟତ ରେ ରାଜ୍ୟ ସରକାର ଙ୍କ ମୋ ସେବା କେନ୍ଦ୍ର ପାଇଁ ଲେତିଙ୍ଗିଆ ପଞ୍ଚାୟତର ରଜନୀ କାନ୍ତ ନାୟକ ଆବେଦନ କରିଥିଲେ । କିନ୍ତୁ ସେଇ ଗ୍ରାମ ର ସରପଞ୍ଚ ଏବଂ ଗ୍ରାମ ପଞ୍ଚଯାତ ଲୋକେ ଏହି ବ୍ୟକ୍ତିଙ୍କୁ ବିରୋଧ କରିଥିଲେ I ମୋ ସେବା କେନ୍ଦ୍ରର ଜିଲ୍ଲା ମ୍ୟାନେଜର ଏହି ଘଟଣା କୁ ତଦନ୍ତ କରିବା ପାଇଁ ସେଇ ଗ୍ରାମ ର ସରପଞ୍ଚ ଏବଂ ଗ୍ରାମ ବାସି ସହ କଥା ହୋଇଥିଲେ I ଗ୍ରାମବାସି କହିବା ଅନୁଯାଇ ଆବେଦନ କରିଥିବା ବ୍ୟକ୍ତି ରଜନୀକାନ୍ତ ନାୟକ ସେଇ ପଞ୍ଚଯାତ ରେ ରହୁନାହାନ୍ତି । ସେହି ବ୍ୟକ୍ତି ଜିଲ୍ଲା ବାହାରେ ରହୁଛନ୍ତି ଜଦି ତାଙ୍କୁ ଏହି ସେବା କେନ୍ଦ୍ର ଖୋଲିବାକୁ ଦିଆଯଏ ତାହାହେଲେ ଏହି ପଞ୍ଚଯାତ ବାସି ସେବା ଠିକ ସେ ପାଇପାରିବେ ନାହିଁ ବୋଲି ଗ୍ରାମବାସି ମାନେ ଅଭିଯୋଗ କରିଥିଲେ । ଏହି ଘଟଣା ଶୁଣିଲା ପରେ ମୋ ସେବା କେନ୍ଦ୍ର ର ଜିଲ୍ଲା ମ୍ୟାନେଜର
ନିଜ ଉପରସ୍ତ ଅଫିସ କୁ ଜଣେଇଥିଲେ। ଏବଂ ଏହା ପରେ ରଜନୀକାନ୍ତ କୁ ଫୋନ ଦ୍ୱରା ଯୋଗା ଯୋଗ କରିଥିଲେ । ଏହି ଘଟଣା ବିଷୟରେ କହିବା ପରେ ଜିଲ୍ଲା ମ୍ୟାନେଜରଙ୍କୁ ଦୂରୁବ୍ୟବହାର କରିଥିଲେ ଏବଂ ଅଶିଳ ଭାଷା ରେ ଗାଳି ଗୁଲଜ ଦେଇଥିଲେ I ପୁଣି କିଛି ଦିନ ପରେ ରାତି ରେ ଫୋନ ରେ ଧମକ ଦେବା ସହ SMS ଲେଖି ଧମକ ଦେଇଥିଲେ I କନ୍ଧମାଳ ଜିଲ୍ଲା ମୋ ସେବା କେନ୍ଦ୍ର ର DM ଦାରିଙ୍ଗିବାଡ଼ି ଥାନା ରେ ଏକ FIR ଦେଇଥିଲେ । ଏହି ଘଟଣା କୁ ଗୁରୁତ୍ୱ ଦେଇ ଦାରିଙ୍ଗିବାଡ଼ି ଥାନା ଅଧିକାରୀ ରଜନିକାନ୍ତ ନାୟକ କୁ ଥାନା କୁ ଡାକିଥିଲେ। ଶେଷରେ ନିଜ ଭୁଲ କୁ ମାନିନେଇ ଥିଲେ ରଜନୀ ଏବଂ ଭୁଲ ମାଗିବା ସହ ଏକ ଲିଖିତ ଥାନାରେ ଦେଇଥିଲେ ଏହା ପରେ ଥାନା ଅଧିକାରୀ ରଜନୀ କାନ୍ତ କୁ ଛାଡିଦେଇଥିଲେ I କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୩୦/୧୨/୨୦୨୨----୭,୪୦ Sakhigopal News,30/12/2022