Breaking News

ପପଙ୍ଗା ପାହାଡ଼ ରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ


ବରଗଡ ଜିଲ୍ଲା ପଞ୍ଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟ, କାଦୋବାହାଲ ର ନେତାଜୀ ସ୍କାଉଟ ଟ୍ରୁପ  
ଓ ଲକ୍ଷ୍ମୀବାଇ ଗାଇଡ୍ କମ୍ପାନୀ ର 50 ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।  ସ୍କାଉଟ ମାଷ୍ଟର  ପ୍ରୀତମ କୁମାର ପଣ୍ଡା ଓ ଗାଇଡ୍ କ୍ୟାପ୍ଟେନ ଅନିତା ଭୁଏ  ଙ୍କ ନେତୃତ୍ଵରେ ପପଙ୍ଗା ପାହାଡ଼ ରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା।ଏହି ଶିବିରରେ କାଦୋବାହାଲ ଉଚ୍ଚ ବିଦ୍ୟାଳୟ ର ପୂର୍ବତନ ଛାତ୍ରୀ ତଥା ଆନ୍ତର୍ଜାତୀୟ ପର୍ବତାରୋହୀ ଲିପିକା ସେଠ୍ ଙ୍କ ତତ୍ତ୍ଵାବଧାନରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ  ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭରତ କିଶୋର ପତି, ଭୁବନେଶ୍ଵର ମହାକୁର(ଏ ଏଲ ଟି)ଜିଲ୍ଲା ସ୍କାଉଟ କୋଡ଼ିନେଟର , ଲଚିଦା ଉଚ୍ଚ ବିଦ୍ୟାଳୟ ର ସ୍କାଉଟ ମାଷ୍ଟର ରମେଶ ଚନ୍ଦ୍ର ସେଠ୍, ଶିକ୍ଷୟିତ୍ରୀ ମନ୍ଦାକିନୀ ପଣ୍ଡା, ଶୈବାଲିନି ଦାଶ ,ଶିକ୍ଷକ ସୁରେନ୍ଦ୍ର ପଧାନ,ସୂର୍ଯ୍ୟ କୁମାର ଭୋଇ,ଅଶୋକ ସାହୁ ସହଯୋଗ କରି ଶିବିରକୁ ସଫଳ କରିଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୪/୧୨/୨୦୨୨----୪,୪୦ Sakhigopal News,24/12/2022

Blog Archive

Popular Posts