Breaking News

ଘୁମୁସରୀ ଗୋ-ପ୍ରଜାତୀ ଓ ଗୋ ସମ୍ପଦ ଘୋର ବିପଦର ମୁକାବିଲା ପାଇଁ ଜିଲ୍ଲାପାଳଙ୍କ ଜନ ଶୁଣIଣିର ଜିଜିବିଏସଏସର ଅଭିଯୋଗ

  

ଭଞ୍ଜନଗର: ଓଡିଶା ଗଞ୍ଜାମ ଜିଲ୍ଲାର ଘୁମୁସର ଅଞ୍ଚଳ ରେ ବସତି କରି ଆସୁଥିବା କେଉଁ ଆବାହାମନ କାଳରୁ ଦେଶୀଗାଈ ଆମ ମାନବ ସମାଜର ଅର୍ଥନୈତିକ, ସାଂସ୍କୃତିକ, ସାମାଜିକ ଓ ଧାର୍ମିକ ଦିଗରେ ବିଶେଷ ଭାଗୀଦାର ହୋଇ ଆସୁଅଛି I ଏହି ଦେଶୀ ଗାଈ ଯେ କୌଣସି ଜଳବାୟୁ ଖାପ ଖୁଇଲା ପରି , ଅଧିକ ପରିଶ୍ରମୀ, ରୋଗ ପ୍ରତିରୋଧକ ଶକ୍ତି କ୍ଷମତା ଗୋବଂଶ ଅଧିକ ପରିଶ୍ରମୀ, ଗୃହପାଳିତ, କମ ଲାଳନ ପାଳନ, କମ ବ୍ୟୟ ବହୁଳ, କମ ଜାଗା, ଭୂମିହିନ ଗୋପଳ , କୃଷକ ଓ ଚାଷୀଙ୍କ ମେରୁଦଣ୍ଡ, ଶାନ୍ତ ସ୍ଵଭାବ, ଜଳବାଯୁ ପରିବର୍ତନ ଗୋଧନ  ଯାହାର କ୍ଷୀରକୁ ଜୈବିକ A2 ମିଲ୍କ କୁହାଯିବା ସହ ଏହି  କ୍ଷୀରରେ ଔଷଧୀୟ ଗୁଣ ଭରପୁର ରହିଛି । ଗୋମୁତ୍ରରେ ଅମୋନିଆ ଓ ୟୁରିଆ ବିଷାକ୍ତ ଶକ୍ତିର ନଥିବା ସହ ସମାନ ଏହି କାରଣରୁ ଆୟୁର୍ବେଦ ଶିଳ୍ପରେ ଏହାର ବ୍ୟବହାର ଅମୂଲ୍ୟ ଓ ମାତ୍ରାଧିକ ଔଷଧୀୟ  ଗୁଣ ରହିଛି । ବାୟୋ ଫର୍ଟିଲାଇଜର ଉପ୍ତାଦନ କର୍ତା ଓ  ଏହାର ଗୋବରରେ ୫୦ଗୋଟି କୁଟୀର ଶିଳ୍ପରୁ ଊର୍ଦ୍ଦ୍ଵ ହୋଇ ଥାଏ I ଏସବୁ ବିରଳ ଓ ଦୁର୍ଲ୍ଵଭ  ଦ୍ରୁଷ୍ଟିରୁ ଏହି ଅଞ୍ଚଳର ଦେଶୀ ଗୋବଂଶକୁ ଭାରତ ସରକାରଙ୍କ ICAR ଅଧୀନରେ ଥିବା ଜାତୀୟ ପ୍ରାଣୀ ଅନୁବଂଶୀୟ ସମ୍ବଳ ବୁରୋ, କର୍ଣାଳ, ହରିୟାନା ଦ୍ଵାରା ୨୦୧୦ ମସିହାରେ ଇଣ୍ଡିଆ କ୍ଯାଟଲ ଜୈବ ବିଭିଦତ୍ତା ଗୋପ୍ରାଣୀକୁ ଘୁମୁସରୀ ରୂପେ ଜାତୀୟ ମାନ୍ୟତା ପାଇ ଅଛି I କିନ୍ତୁ ଦୁଖର ବିଷୟ ବIରବର୍ଷ ବିତିବାକୁ ଲାଗିଲାଣି ଘୁମୁସରୀ ଗୋ-ପ୍ରଜାତୀ ବିକାଶ ଓ ସଂରକ୍ଷଣ ଉପରେ ସମୃକ୍ତ ବିଭାଗର ଆଖି ଦୃଷ୍ଟିୟI କାମ ଦେଖିବାକୁ ମିଳିଲା ନIହିଁ । ସରକାରଙ୍କ ସୁବିଧା ସୁଯୋଗ ଆମ ପାଇଁ ସାତ ସପନ ହୋଇଅଛି I ଘୁମୁସର ଅଞ୍ଚଳ ଏକ ହଜାର ରୁ ଉର୍ଦ୍ଧ ଗୋପାଳ ଓ କୃଷକଙ୍କୁ ନେଇ ଗଠିତ ଘୁମୁସରୀ ଗୋ-ପ୍ରଜାତୀ ବିକାଶ ଓ ସଂରକ୍ଷଣ ସୁରକ୍ଷା ସମିତିର (ଜିଜିବିଏସଏସ) ଉନ୍ନତ ମାନର ଘୁମୁସରୀ ନନ୍ଦୀ ଓ ଅଣ୍ଡିରା ଦIମ୍ବୁଡI ବାହାର ନିମିତ ସଂରକ୍ଷଣ ସୁରକ୍ଷା କାର୍ଯ୍ୟ ଭଂଜନଗର ଉପଖଣ୍ଡର ୫୦ ଗୋଟି ଗ୍ରାମ ପଂଚାୟତ ୧୫୦ ଗୋଟି ଗ୍ରାମରେ ସମିତିର ସଂରକ୍ଷଣ କାର୍ଯ୍ୟ ବର୍ତମାନ ଚାଲୁଅଛି I ଅନ୍ୟ ଦୁଧିଳିୟା ସ୍ଵଦେଶୀ ଓ ବିଦେଶୀ ଗୋବଂଶର ଶୂକ୍ରାଣୁକୁ ଘୁମୁସରୀ ଗାଈରେ ପ୍ରୟୋଗ କରିବା ସମ୍ପୂର୍ଣ ବନ୍ଦ କରାଯାଉ I ଘୁମୁସର ଅଞ୍ଚଳରେ ପଶୁପାଳନ ବିଭାଗ ଦ୍ଵାରା ଭ୍ରାମ୍ୟାମାଣ ମୋବାଇଲ ହେଲ୍ଥ ପରିବହନକୁ ଘୁମୁସରୀ  ଗୋପ୍ରଜନ ସମିତିକୁ ପରିଚାଳନା ଦାୟିତ୍ଵ ଦିଆଯାଉ । ଘୁମୁସରୀ ଗୋ-ପ୍ରଜାତୀର ସୁତନ୍ତ୍ର ଜନଗଣନା ଡାଟାବେସ କରାଯାଉ । ସମସ୍ତ ଘୁମୁସରୀ ଗୋପାଳଙ୍କୁ ଗୂହାଳ ଓ କୁହ୍ନାର ରଖିଥିବା ଗୋପାଳଙ୍କୁ ସାମୁହିକ ଗୂହାଳ ପ୍ରଦାନ କରାଯାଉ। ଗୋଚର ଭୂମିର ଚିହ୍ନଟ ନିରୂପଣ ଓ ଜବରଦଖଲ ମୁକ୍ତ କରିବା ଗାଈଗୋରୁ ଚରାବୁଲା କରିବା ପାଇଁ ସ୍ଵତନ୍ତ୍ର ବ୍ୟବସ୍ତା,ଗୋଚର ଭୂମିର ପରିମାଣ ୫% ରୁ୩% ସଙ୍କୋଚିତ କରିବା ପ୍ରସଙ୍ଗ OGLS ACTର ସଂଶୋଧନକୁ ତୁରନ୍ତ ବାତିଲ, ଗାଈ ଗୋଠ ରଖିବାପାଇଁ ରାଜସ୍ୱ ବିଭାଗ ଜାଗା ପ୍ରଦାନକରୁ  ଓ ବIହର ଚରାବୁଲା କରୁଥିବା ଗୋପାଳ ଯଦି  ଦଇବିଦୁର୍ବିପାକ ଶୀକାର କ୍ଷତ ମୃତ ହେଲେ ସୁତନ୍ତ୍ର ସହାୟତା ପ୍ରଦାନ। ଜୈବ ବିଭିଦତ୍ତା ଘୁମୁସରୀ ଗୋ-ପ୍ରଜାତୀ ଗୋପ୍ରାଣୀ ହେବା ଦ୍ରୁଷ୍ଟିରୁ ବଣ ଜଙ୍ଗଲରେ ଚରାବୁଲା ଉପରେ ବନବିଭାଗ ଘୁମୁସରୀ ଗୋପାଳଙ୍କୁ ସ୍ଵତନ୍ତ ପାସ ଦିଆଯାଉ । ବନ ବିଭାଗ ବିଭିନ୍ନ ଯୋଜନାରେ ଜଙ୍ଗଲର ତଳି ଅଞ୍ଚଳରେ ଘାସ ଚାଷ କରିବା  ଓ ଯନ୍ତୁମାନେ ପାଣି ପିଈବା ପାଇଁ ପୋଖରୀ  ନିର୍ମାଣ କରିବା, ଘୁମୁସରୀ ଗୋ-ପ୍ରଜାତୀ ଜାତୀୟ ମାନ୍ୟତା ପ୍ରାପ୍ତ ଗୋପ୍ରାଣୀ ହେବା ଦ୍ରୁଷ୍ଟିରୁ ଗୋ ଚାଲାନ ଉପରେ ଦୃଢ ପଦକ୍ଷେପ ନେବା ପାଇଁ ଦାବି କରାଯାଇଛି । ଚରାବୁଲା ନେଇ ଘୁମୁସରୀ ଗୋପାଳ ଉପରେ ଲଗାଯାଇଥିବା ବିଭିନ୍ନ କେସଗୁଡିକୁ ରଦ୍ଧ କରାଯାଉ। ପ୍ରତି ଥାନାରେ ସ୍କୁଆଡ କରି ଗୋଚାଲାଣା ବନ୍ଦ କରା ଯାଉ । ସମସ୍ତ ଘୁମୁସରୀ ଗୋପାଳଙ୍କ ଠାରୁ ଗୋବର ଓ ଗୋମୁତ୍ର ସରକାର କିଣନ୍ତୁ I ଘୁମୁସରୀ ଗୋପାଳ ଉପ୍ତଦାନ ସଂଘ ଗଠନ କରାଯାଉ, ଘୁମୁସରୀ ଗୋପାଳିଙ୍କ ମହିଳା ଗୋଷ୍ଠୀ ଗଠନ ଓ ଘୁମୁସରୀ ବ୍ରାଣ୍ଡ  ନାମରେ ଦହି, A2କ୍ଷୀର, ଲହୁଣୀ, ଖତ, ଗୋମୁତ୍ର, ଗୋବର ଶିଳ୍ପ ବିକ୍ରୟ ବଟା କରିବା, ଘୁମୁସରୀ ଗୋପାଳଙ୍କୁ ଗୋଖାଦ୍ୟ- କୁଣ୍ଡା, ଦାନା ରିହାତି ଦରରେ ଯୋଗାଣ ବିଭାଗ ଯୋଗଇବା ବ୍ୟବସ୍ତା କରାଯାଉ । ଘୁମୁସରୀ ସ୍ଵଦେଶୀ ଗୋପ୍ରଜାତୀ ଆମ ସନାତନ ଧର୍ମ ଓ ଓଡିଆ ସଂସ୍କୃତିରେ ଗୁରୁତ୍ଵ ଥିବା ଦ୍ରୁଷ୍ଟିରୁ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ କରିବା ପାଇଁ ସମିତିକୁ ସହାୟତା ପ୍ରଦାନ କରାଯାଉ ।  ଆଦର୍ଶ ଘୁମୁସରୀ ଗ୍ରାମ ଓ ଜଙ୍ଗଲରେ ଘୁମୁସରୀ ଅଭାରଣ୍ୟ ଗଠନ କରିବା, ଘୁମୁସରୀ ଗୋପାଳଙ୍କୁ ଶ୍ରମ କାର୍ଡ ପ୍ରଦାନ , ଘୁମୁସରୀ ଗୋପ୍ରଜାତୀର ଗୋବର ଶିଳ୍ପର ବିକାଶ ,ଯୁବ ଗୋପାଳଙ୍କୁ ଆତ୍ମନିର୍ଭର କରାଇବା  ଉପରେ ଗୋପାଳଙ୍କ ଦାବୀ ଉପସ୍ଥାପନ କରାଯାଇ ଗଞ୍ଜାମ ଜିଲ୍ଲାପାଳ ଓ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଲିଖିତ ଆକାରରେ ଜଣାଯାଇ ଅଛି I ସରକାରଙ୍କ ୧୦ଟି ବିଭାଗ ସମନ୍ଵୟ ଅଭାବରେ ଘୁମୁସରୀ ଗୋବଂଶ ଲୋପ ପାଇଯିବ ତୁରନ୍ତ ଜିଲ୍ଲା ସ୍ତରୀୟ ସପୃକ୍ତ ବିଭାଗକୁ ଜିଲ୍ଲାପାଳଙ୍କ ସଭାପତିତ୍ଵରେ ବୈଠକ କରାଯିବା ପାଇଁ ଜିଲ୍ଲାପାଳଙ୍କୁ ୨୦ଗୋଟିଦାବୀ ସମିତି ସମ୍ପାଦକ ତଥା  ସଂରକ୍ଷଣ କାର୍ଯ୍ୟକର୍ତା ପ୍ରକାଶ ଚନ୍ଦ୍ର ସାହୁ ପ୍ରଦାନ କରିଥିଲେ । ତତ ସହିତ ଘୁମୁସର  ଅଞ୍ଚଳର ଶତIଧି ଗାଈ ଗୋଠ କୁହ୍ନ୍ଣ୍ରIର ଲଣ୍ଡା ଜୁଆଳି, ନିମିନା, ଖଲମାରିଆ, ମଙ୍ଗଲପୁର, କଳାସୂତା, ଘୋଗଡ, ଝରପାରି, ଝାଡବନ୍ଦ, ବୋରୀ, ପାଲକଶଣ୍ଡା,ନିମପଦର, ବଣପଲ୍ଲି, ଷୋଡକ, ଆମ୍ପପୁଆ, ଚଢିଆପଲ୍ଲି, ଲୁଣିପଡା, ଅମ୍ବବାଲି, ସିଙ୍ଘବର୍ଦ୍ଧନ, ଗୁଣ୍ଡିରିବାଡି, ଖାଇରପୂଟି, ତୁରୁମୁ, ବେରୁହଁIବାଡି, ଦୋହମୁହାଣି, ବଡବଦIଙ୍ଗୀ, ଗୋପାଳପୁର ଶାସନ, ଟାଟାବାଲି, ହୁକୁମI, ସାରନଉତି,ପରଶୁଲୁଣ୍ଡI, ପୋଚାଲୁଣ୍ଡି, ବIରଦଣ୍ଡI, ରାଇପଲ୍ଲି, ବଳିସାହି, ସମରଡ଼I, କଳିଂପଦର, ଜଡଧାର, ଡେଲିଂଙ୍ଗପଦର , ଅଢେଇ ଗାଁ, ଉଡ୍ରା, ସରନୁଆପଲ୍ଲି, ସାଦର, କୋଟିବରାଡି, ସୂତIଙ୍ଗୀ, ବାଳିଆପଟI , ମଶାଣିଭଗ, ଗାଙ୍ଗପୁର, ଖଣ୍ଡବନ୍ଧ, ମରାଇପଟ, ଗଜେନ୍ଦ୍ର , କେରୁଆପାଳି, ଲବାନିଶର ଇତ୍ୟଦି ଗ୍ରାମଗୁଡିକରେ ଗୋବଂଶକୁ ଚର୍ମଭେଣ୍ଡି ଲମ୍ପୀ ବିମାରୀ ମହାମାରୀ ରୂପ ନେଲାଣି ଯାହା ଗୋପାଳ ମାନେ ସର୍ବସ୍ଵା ହେଲେଣି । ପୀଡ଼ିତା ମାନଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ଅଭିଯୋଗ କରାଯାଇଛି । ଖୁବ ଶୀଘ୍ର ଏକ ବୈଠକ ଡକାଯିବା ପାଇଁ ଜିଲ୍ଲା ପାଳ ପ୍ରତି ସ୍ରୁତି ଦେଇଛନ୍ତି ଓ ଜିଲ୍ଲା ପ୍ରାଣୀଧନ ଅଧିକାରୀଙ୍କୁ ଆଦେଶ ଦେଇଛନ୍ତି I ଜିଲ୍ଲା ପ୍ରାଣୀ ବିଭାଗ ସହ ସମ୍ପର୍କ ରଖିବା ପାଇଁ ପଛ ଗୁଞ୍ଚା ଦେବା ସମିତିର ସଭା କାର୍ଯ୍ୟରେ ଜାଣିଶୁଣି ଭାଗ ନ ନେବା ବଡ ପ୍ରମାଦର ବିଷୟ ବୋଲି ଗୋପାଳ କିସୋର ଗୌଡ ଓ ବ୍ରହ୍ମାନନ୍ଦ ପତି ଗଣ ମIଧ୍ୟମକୁ କହିଥିଲେ । ଏହି ଅବସରରେ ସ୍ଥାନୀୟ ପଶୁ ଡକ୍ଟର ଚିକିସ୍ଥା କରି ବହୁତ ଟଙ୍କା ନିଅନ୍ତି ଓ ଦେଇଥିବା ଚିଠାମାଗିଲେ ଆମ ଗାଈଗୋରୁ ନ ଦେଖି ପଳIନ୍ତି  ବୋଲି ଅଭିଯୋଗ କରିଥିଲେ I ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୯/୧୨/୨୦୨୨---୮,୧୦ Sakhigopal News,19/12/2022

Blog Archive

Popular Posts