Breaking News

ପଞ୍ଚାୟତ ସ୍ତରରୁ ବ୍ଳକ ସ୍ତରୀୟ କ୍ରୀଡା ପାଇଁ ଛାତ୍ରଛାତ୍ରୀ ଚୟନ



ସାକ୍ଷୀଗୋପାଳ----- ସତ୍ୟବାଦୀ ବ୍ଳକର ବିଭିନ୍ନ ଗ୍ରାମ ପଞ୍ଚାୟତରେ ଆଜି ସରକାରଙ୍କ ନିସ୍ପତି ଅନୁଯାୟୀ ପଞ୍ଚାୟତ ସ୍ତରରୁ ବ୍ଳକ ସ୍ତରରେ କ୍ରୀଡା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଚୟନ କରାଯାଇଛି । ପ୍ରତି ପଞ୍ଚାୟତରୁ ଯାଇଥିବା ଖେଳାଳି ମାନଙ୍କ ମଧ୍ୟରେ ବ୍ଳକ ସ୍ତରୀୟ କ୍ରୀଡାପ୍ରତିଯୋଗିତା କରାଯାଇ ଜିଲ୍ଲା ସ୍ତରକୁ ମନୋନୀତ କରାଯିବ । ଏହି ଅବସରରେ ଜୟପୁର ପଞ୍ଚାୟତ ପକ୍ଷରୁ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପରିସରରେ ଖୋଖୋ, କବାଡି ଓ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଜୟପୁର ସରପଞ୍ଚ ଶ୍ରୀମତୀ ଆରାଧନା ସମାନ୍ତରାୟ ଯୋଗଦେଇ ବିଦ୍ୟାଳୟ ପରିସରରେ ଥିବା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟପଣ କରିବା ସହ କ୍ରୀଡା ପତାକା ଉତ୍ତୋଳନ କରି ଛାତ୍ରଛାତ୍ରୀ ମାନଙ୍କ ଠାରୁ ଅଭିବାଦନ ଗ୍ରହଣ କରିଥିଲେ । ଅନ୍ୟତମ ଅତିଥି ଭାବେ ସରକାରୀ ବାଳିକା  ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରତ୍ନାକର ଜେନା, ଜୟପୁର ପଞ୍ଚାୟତର ନାଏବ ସରପଞ୍ଚ ଶୁଭଦର୍ଶୀ ମହାପାତ୍ର, ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ଭାରପାପ୍ତ ପ୍ରଧାନ ଶିକ୍ଷକ ମାନସ ରଞ୍ଜନ ପଟ୍ଟନାୟକ, ବିଦ୍ୟାଳୟର ଅଭିଭାବକ କମିଟିର ସଭାପତି ସନାତନ ସାହୁ ପ୍ରମୁଖ ଯୋଗ ଦେଇଥିଲେ । କ୍ରୀଡା ହେଉଛି ଆମର ସ୍ୱାସ୍ଥ୍ୟ ପାଇଁ ଆବଶ୍ୟକତା ରହିଛି ଓ ସୁନ୍ଦର ସ୍ୱାସ୍ଥ୍ୟ ପାଇଁ କ୍ରୀଡାର ଆବଶ୍ୟକତା ରହିଛି ବୋଲି ସରପଞ୍ଚ ଶ୍ରୀମତି ସାମନ୍ତରାୟ କହିଥିଲେ । ଶିକ୍ଷକ ବସନ୍ତ କୁମାର ସ୍ୱାଇଁ, ମନୋ ରଞ୍ଜନ ନାଥ, ପୁଷ୍ପାଞ୍ଜଳି  ଜେନା, ଶାରୀରିକ କ୍ରୀଡା ଶିକ୍ଷକ ସୁଚିତ୍ର ଖଟେଇ ଖେଳ ପରିଚାଳନାରେ ସହଯୋଗ କରିଥିଲେ ।
ସେହିପରି ପେଣ୍ଠପଡା ଗ୍ରାମ ପଞ୍ଚାୟତ ପକ୍ଷରୁ  ସ୍ଥାନୀୟ କଲେଜ ପଡିଆ ପରିସରରେ ଗୋପାଳପୁରପାଟଣା, ଅହମ୍ମଦପୁର ଓ ଜୟପୁର ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ପଞ୍ଚାୟତ ସ୍ତରୀୟ ଖେଳକୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ସରପଞ୍ଚ ଚିନ୍ମୟ ରାଉତ ଉଦଘାଟନ କରିଥିବା  ବେଳେ ଅନ୍ୟତମ ଅତିଥି ଭାବେ ସମିତିସଭ୍ୟ ସୁମନ୍ତ ଘଟୁଆରୀ ଓ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ସାରଙ୍ଗଧର ସ୍ୱାଇଁ ଖେଳାଳି ମାନଙ୍କ ସହିତ ହାତ ମିଳାଇ ସେମାନଙ୍କୁ କ୍ରୀଡା ପ୍ରତି ଉତ୍ସାହିତ କରିଥିଲେ ।ଏହି ଅବସରରେ ଜୟପୁର ପଞ୍ଚାୟତରେ ଥିବା ସମସ୍ତ ଅଙ୍ଗନୱାଡି କେନ୍ଦ୍ରର କର୍ମୀ ମାନେ ୩୧୬ ଜାତୀୟ ରାଜପଥର ଉଭୟ ପାଶ୍ୱର୍ରେ ଥିବା ସମସ୍ତ ଦେକାନୀ ମାନଙ୍କୁ ଦେକାନ ଆଗରେ ଓଦା ଓ ଶୁଖିଲା ଦୁଇଟି ଡଷ୍ଟବିନି କରିବା ପାଇଁ ସଚେତନତା କରିବା ସହ ଏକ ସର୍ଭେ କରିଥିବାର ଦେଖାଯାଇଥିଲା ।ସେହିପରି ସତ୍ୟବାଦୀ ବ୍ଳକର ବିଭିନ୍ନ ପଞ୍ଚାୟତରେ ଏହି କାର୍ଯ୍ୟକ୍ରମ ହୋଇଥିବାର ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୨/୧୨/୨୦୨୨--୭,୧୦   

 Sakhigopal News, 22/12/2022

Blog Archive

Popular Posts