78 ତମ ଅଲ ଇଣ୍ଡିଆ ରେଲୱେ ଫୁଟବଲ୍ ଚମ୍ପିଅନସିପ୍ ଉଦଯାପିତ
ଜଟଣୀ -ଖୋର୍ଦ୍ଧା ରୋଡ଼ ରେଲୱେ ଷ୍ଟାଡିୟମରେ ଆୟୋଜିତ 78 ତମ ଅଲ ଇଣ୍ଡିଆ ରେଲୱେ ଫୁଟବଲ୍ ଚମ୍ପିଅନସିପ୍ ୨୦୨୨-୨୩ ଅନୁଷ୍ଠିତ ହୋଇଯାଇଛି । ଦକ୍ଷିଣ ପୂର୍ବ ରେଲୱେ ୱେଷ୍ଟର୍ନ ରେଲୱେ କୁ ପେନାଲଟି ସୁଟଆଉଟ ମାଧ୍ୟମରେ 4/2ଗୋଲରେ ବିଜୟ ଲାଭ କରିଥିଲା । ବିଜୟୀ ଦଳକୁ ପୂର୍ବ ତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ରୂପ ନାରାୟଣ ସୁନକର ଦ୍ଵାରା ବିଜେତା ଦଳକୁ ସ୍ୱର୍ଣ୍ଣ ପଦକ, ନଗଦ ପୁରସ୍କାର ଏବଂ ପ୍ରମାଣପତ୍ର ପ୍ରଦାନ କରିଥିଲେ । ଇଷ୍ଟର୍ନ ରେଲୱେ ରନର୍ସଅପ୍ ପଦ ପାଇଁ silver ପଦକ ଏବଂ ନଗଦ ପୁରସ୍କାର ଦିଆଯାଇଥିଲା। ଚିତ୍ତରଂଜନ ଲୋକୋମୋଟିଭ୍ ୱାର୍କସ (CLW) ଟୁର୍ଣ୍ଣାମେଣ୍ଟରେ ତୃତୀୟ ସ୍ଥାନ ପାଇ ବ୍ରୋଞ୍ଜ ପଦକ ହାସଲ କରିଛି ।
ଇଷ୍ଟକୋଷ୍ଟ ରେଲୱେ ସ୍ପୋର୍ଟସ ଆସୋସିଏସନ, ଖୋର୍ଦ୍ଧା ରୋଡ଼, ଦ୍ୱାରା 18.12.2022 ରୁ 23.12.2022 ପର୍ଯ୍ୟନ୍ତ ରେଳ ଷ୍ଟାଡିୟମରେ 78 ତମ ଅଲ ଇଣ୍ଡିଆ ରେଳ ଫୁଟବଲ ଚାମ୍ପିଅନସିପ ନକ୍ ଆଉଟ୍ ଫେଜ୍ ର ଟୁର୍ନାମେଣ୍ଟ ଆୟୋଜନ କରା ଯାଇଥିଲା । ପ୍ରଥମ ଥର ପାଇଁ ଖୋର୍ଦ୍ଧା ରୋଡ଼ ରେଲୱେ ଷ୍ଟାଡିୟମରେ ନକ୍ ଆଉଟ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ କରା ଯାଇଥିଲା।
ଅଲ ଇଣ୍ଡିଆ ରେଳବାଇର ମୋଟ ଆଠଟି ଦଳ ନକ୍ଆଉଟ୍ ପର୍ଯ୍ୟାୟରେ ଅଂଶଗ୍ରହଣ କରିଥିଲେ। କ୍ରୀଡା ଅଧିକାରୀ ତଥା ବରିଷ୍ଠ ମଣ୍ଡଳ ବିତ୍ତ ପ୍ରବନ୍ଧକ, ଖୋର୍ଦ୍ଧା ରୋଡ଼, ଶ୍ରୀ ହିମାଦ୍ରି ଭୂଷଣ ବିଶ୍ଵାଳଙ୍କ ନେତୃତ୍ୱରେ ଖୋର୍ଦ୍ଧା ରୋଡ଼ ମଣ୍ଡଳ ଦ୍ଵାରା ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟ୍ ପାଇଁ ବିସ୍ତୃତ ବ୍ୟବସ୍ଥା କରାଯାଇଥିଲା। ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୩/୧୨/୨୦୨୨----୮,୪୫ Sakhigopal News,23/12/2022