ପଞ୍ଚାୟତ ସ୍ତରୀୟ ଖେଳ କୁଦ ଚୟନ ଶିବିର ଅନୁଷ୍ଠିତ
ବଲାଙ୍ଗିର,---ସଇଁନ୍ତଲା ବ୍ଲକ ଗଣ୍ଡପତ୍ରାପାଲି ପଞ୍ଚାୟତର ବଡ଼ମାଳ ଖେଲ ପଡିଆ ଠାରେ ପଞ୍ଚାୟତ ସ୍ତରୀୟ ଫୁଟବଲ ଓ ଖୋ- ଖୋ କ୍ରୀଡ଼ା ଚୟନ ଅନୁଷ୍ଠିତ ହୋଇଯାଇଛି। ଗଣ୍ଡପତ୍ରାପାଲି ସରପଞ୍ଚ ମନିଷ ସୁନାଙ୍କ ସଭାପତିତ୍ବ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସଇଁନ୍ତଲା ସରପଞ୍ଚ ସୁବ୍ରତ ନାଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ । ସ୍ଥାନୀୟ ସମିତି ସଭ୍ୟ ଅମ୍ରିତା ଦିପ, ପୂର୍ବତନ ଖେଲ ଶିକ୍ଷକ ସୁରେନ୍ଦ୍ର ସ୍ୱାଇ, ଗଣ୍ଡପତ୍ରାପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିରଞ୍ଜନ ପୃଷ୍ଟି, ପଞ୍ଚାୟତର କାର୍ଯ୍ୟନିନିର୍ବାହୀ ଅଧିକାରି ଭୀଷ୍ମ କୁମ୍ଭାର ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ।ଏହି କାର୍ଯ୍ୟକ୍ରମ ରେ ୧୪ ରୁ ୧୭ ବର୍ଷର ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ। ଏଥିରେ ଗଣ୍ଡପତ୍ରାପାଲି ଉଚ୍ଚ ବିଦ୍ୟାଳୟ, ବଡ଼ମାଳ ଉଚ୍ଚ ବିଦ୍ୟାଳୟ ଓ ଜଗମାତା ସ୍କୁଲ ର ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ।ଏଥିରେ ମନୋନୀତ ହେବା ପରେ ବ୍ଲକ ସ୍ତରରେ ଭାଗ ନେବେ ବୋଲି ଜଣାପଡିଛି। କ୍ରୀଡା ପ୍ରତିଯୋଗିତାରେ ଗଣ୍ଡପତ୍ରାପାଲି ସ୍କୁଲ ର ଖେଲ ଶିକ୍ଷକ ରଞ୍ଜିତ କୁଅର, ବଡ଼ମାଳ ସ୍କୁଲ ର ଖେଲ ଶିକ୍ଷକ ସୁଦର୍ଶନ ନାଏକ ଓ ଜଗମାତା ସ୍କୁଲ ର ଖେଲ ଶିକ୍ଷକ ବିଶ୍ୱଜିତ ତାଣ୍ଡି ଯୋଗଦେଇଥିବା ବେଳେ ନନ୍ଦରାଜ ପଧାନ ଓ ଚିତ୍ରସେନ ବାଗ ରେଫରି କାର୍ଯ୍ୟ ତୁଲାଇଥିଲେ। ପୂର୍ବତନ ଖେଲ ଶିକ୍ଷକ ସୁରେନ୍ଦ୍ର ସ୍ୱାଇଁ କ୍ରୀଡା ଚୟନ ଦାୟିତ୍ଵ ନେଇଥିଲେ।
ବଲାଙ୍ଗିର ରୁ ରଞ୍ଜନ କୁମାର ବାଗ ଙ୍କ ରିପୋର୍ଟ,୧୯/୧୨/୨୦୨୨--୭,୩୦ Sakhigopal News,19/12/2022