Breaking News

ବଉଳ ଅମାବାସ୍ୟାରେ ରାଧା ବିନୋଦବିହାରୀଙ୍କୁ ଲାଗି ହେଲା ପୋଡପିଠା


ସାକ୍ଷୀଗେ।।ପାଳ---- ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ କୁଳଦେବତା ତଥା ସୁଆଣ୍ଡୋ ଗ୍ରାମରେ ପୂଜିତ ରାଧା ବିନୋଦବିହାରୀଙ୍କୁ ଆଜି ବଉଳ ଅମାବାସ୍ୟା ତିଥିରେ ସ୍ୱତନ୍ତ୍ର ଭାବେ ପୋଡପିଠା ଲାଗି କରାଯାଇଛି । ପହଲି ଭୋଗ ଠାକୁରଙ୍କ ପାଖରେ ଚାଲିଥିବା ବେଳେ ବଉଳ ଅମାବାସ୍ୟାତିଥିରେ ଅରୁଆ ଚାଉଳ ଗୁଣ୍ଡ, ନଡିଆ, ଗୁଡ, ଅଳେଇଚ, ଗୋଲମରିଚ, ଲବଙ୍ଗ, ତେଜପତ୍ର ଓ ଭଲ ଘିଅରେ ପ୍ରସ୍ତୁତ କରାଯାଇଥିବା ପୋଡପିଠା ଆଜି ସଂଧ୍ୟାରେ ଭୋଗ କରାଯାଇଥିଲା । ଆଳତୀ ଓ ଉପଚାର କରାଯାଇଥିଲା । ପୋଡପିଠା ଠାକୁରଙ୍କ ପାଖରେ ଲାଗି ହେବା ପରେ ଭକ୍ତ ମାନଙ୍କୁ ପ୍ରସାଦ ଭାବେ ବଣ୍ଟନ କରାଯାଇଥିଲା । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୩/୧୨/୨୦୨୨---୪,୧୦  

 Sakhigopal News, 23/12/2022

Blog Archive

Popular Posts