ସାକ୍ଷୀଗୋପାଳ ମହାବିଦ୍ୟାଳୟରେ ଅଦ୍ଵିକା କାର୍ଯ୍ୟକ୍ରମ
ସାକ୍ଷୀଗୋପାଳ------ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟର ସଭାଗୃହରେ କିଶୋରୀମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ, ଶିକ୍ଷା ଓ ସାମର୍ଥ୍ୟ ବିକାଶ ନିମନ୍ତେ ଏକ ଅଦ୍ଵିକା କାର୍ଯ୍ୟକ୍ରମ ୟୂନିସେଫ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ରତିକାନ୍ତ ପରିଡ଼ା ସଭାପତିତ୍ୱ କରି ବାଲ୍ୟବିବାହ ବିରୁଦ୍ଧରେ ସ୍ୱକୀୟ ମତ ଉପସ୍ଥାପନ କରିଥିଲେ । ସଂସ୍କୃତ ବିଭାଗର ମୁଖ୍ୟା ପ୍ରାଧ୍ୟାପିକା ସୁଜାତା ମହାପାତ୍ର କାର୍ଯ୍ୟକ୍ରମର ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମଟିକୁ ପରିଚାଳନାକରି ଶ୍ରୀମତୀ ସୁମିତ୍ରା ଘୋଷ ( ଇଉନିସେଫ ର ଜିଲ୍ଲା ପରାମର୍ଶଦାତା) "କିଶୋର/କିଶରୀମାନଙ୍କର ଭବିଷ୍ୟତ ସୁସଂଗଠିତ, ବିକଶିତ ତଥା ସାଫଲ୍ୟମଣ୍ଡିତ କରିବାକୁ ହେଲେ ବାଲ୍ୟବିବାହ ଠାରୁ ଦୁରେଇ ରହିବା ଉଚିତ ବୋଲି କହିଥିଲେ । ଶାରୀରିକ, ମାନସିକ, ଆର୍ଥିକ ଆଦି ପ୍ରତ୍ୟେକ ଦୃଷ୍ଟିରୁ ବାଲ୍ୟବିବାହ ଏକାନ୍ତ ବର୍ଜନୀୟ ଅଟେ । ଏହା ଆଇନ ସମ୍ମତ ନୁହେଁ ଏବଂ ଏଥିପାଇଁ ସରକାରଙ୍କ ତରଫରୁ କଠୋର ଦଣ୍ଡବିଧାନ ବ୍ୟବସ୍ଥା ରହିଛି " ବୋଲି ନିଜ ବକ୍ତବ୍ୟରେ କହିଥିଲେ । ସେହିପରି ଏହି କାର୍ଯ୍ୟକ୍ରମରେ ବିନୋଦିନୀ ଷଡ଼ଙ୍ଗୀ (ଆଇ. ସି.ଡି.ଏସ. ସୁପରଭାଇଜର ) ମଧ୍ୟ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହାବିଦ୍ୟାଳୟର ପ୍ରାଧ୍ୟାପିକା ଡ଼ଃ କଳ୍ପନା କୁମାରୀ ମହାପାତ୍ର,ପ୍ରାଧ୍ୟାପିକା ସସ୍ମିତା ପ୍ରଧାନ, ପ୍ରାଧ୍ୟାପିକା ବିଜୟଲଷ୍ମୀ ମିଶ୍ର ଓ ପ୍ରାଧ୍ୟାପିକା ସ୍ଵର୍ଣ୍ଣଲତା ମାହାରୀ ପ୍ରମୁଖ ଉପସ୍ଥିତ ଥିଲେ । ବହୁସଂଖ୍ୟକ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ପରିଶେଷରେ ଡ଼ଃ କଳ୍ପନା କୁମାରୀ ମହାପାତ୍ର ବାଲ୍ୟବିବାହ ଏକ ଅଭିଶାପ ଏବଂ ଏହାଦ୍ୱାରା ଜୀବନର ଦଶା ଓ ଦିଶା ଦୁଇଟିଯାକ ବିପର୍ଯ୍ୟସ୍ତ ହୋଇଯାଏ ବୋଲି ମତ ଦେବା ସହ ଧନ୍ୟବାଦ ଜ୍ଞାପନ କରିଥିଲେ ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୧/୧୨/୨୦୨୨----୧୨,୧୦ Sakhigopal News,21/12/2022