Breaking News

ନିଖିଳ ଉତ୍କଳ ଚତୃର୍ଥ ଶ୍ରେଣୀ ସରକାରୀ ସଂଘ ର ବାର୍ଷିକ ସମ୍ମିଳନୀ ନିର୍ବାଚନ

 
କନ୍ଧମାଳ---  କ.ନୂଆଗାଁ ବ୍ଲକ ମହାସିଙ୍ଗ ଅନ୍ତର୍ଗତ ପଥପ୍ରାନ୍ତ ସେବାକେନ୍ଦ୍ର ନିକଟରେ ନିଖିଳ ଉତ୍କଳ ଚତୃର୍ଥ ଶ୍ରେଣୀ ସରକାରୀ ସଂଘ ର ବାର୍ଷିକ ସମ୍ମିଳନୀ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି l ଏହି ସମ୍ମିଳନୀ ରେ ବାଲିଗୁଡା ଉପଖଣ୍ଡ ର ନଅ ଟି ବ୍ଲକର ଚତୁର୍ଥ ଶ୍ରେଣୀ କର୍ମଚାରୀ ଉପସ୍ଥିତ ରହିଥିଲେ l ଏହି ବାର୍ଷିକ ସମ୍ମିଳନୀ ରେ ଦୀର୍ଘ ଦିନ ହେବ ଖାଲି ପଡ଼ିଥିବା ବାଲିଗୁଡା ଉପଖଣ୍ଡ ଶାଖା ର ସଭାପତି ପଦବୀ ନେଇ ଚୟନ କରାଯାଇଛି l ନାରାୟଣ ପ୍ରଧାନ ଙ୍କୁ ବାଲିଗୁଡା ଉପଖଣ୍ଡ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘ ର ସଭାପତି ଓ ଅନ୍ତର୍ଯ୍ୟାମୀ ଦଳପତି ଙ୍କୁ ସର୍ବ ସମ୍ମତି କ୍ରମେ କୋଷାଧ୍ୟକ୍ଷ୍ୟ ଭାବେ ଚୟନ କରାଯାଇଛି l ଗତ 3 ଜୁନ 2021 ରେ ନିଖିଳ ଉତ୍କଳ ଚତୁର୍ଥ ଶ୍ରେଣୀ ସରକାରୀ ସଂଘ ର ବାଲିଗୁଡା ଉପଖଣ୍ଡ ଶାଖା ର ସଭାପତି ପାର୍ଥବ ନାୟକ ଙ୍କ ଦେହାନ୍ତ ପରେ ଦୀର୍ଘ ଦିନ ହେବ ସଭାପତି ପଦବୀ ଖାଲି ପଡିଥିଲା । ତେବେ ସଭାପତି ମନୋନୀତ ପରେ ସମସ୍ତ ଚତୁର୍ଥ ଶ୍ରେଣୀ କର୍ମଚାରୀ ଙ୍କ ବିଭିନ୍ନ ସମସ୍ୟା ଓ ଉନ୍ନୟନ ନେଇ କାର୍ଯ୍ୟ କରିବେ କହିଛନ୍ତି ମନୋନୀତ ସଭାପତି ନାରାୟଣ ପ୍ରଧାନ । କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୩୦/୧୨/୨୦୨୨----୩,୧୦ Sakhigopal News,30/12/2022

Blog Archive

Popular Posts