ମୂର୍ତ୍ତିକା ପ୍ରଦୂଷଣ ଓ କ୍ଷୟ ରୋକିବା ପାଇଁ ଆହ୍ବାନ
ଡେଲାଙ୍ଗ :ବିଶ୍ୱ ମୂର୍ତ୍ତିକା ଦିବସ ପାଳନ ଅବସରରେ ସବୁଜ ଡେଲାଙ୍ଗ ଟ୍ରଷ୍ଟ ବୋଳକଣା ପକ୍ଷରୁ ଡେଲାଙ୍ଗ ତହସିଲ ସନ୍ନିକଟ ମହାବୀର ମନ୍ଦିର ପ୍ରାଙ୍ଗଣରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ପରିବେଶ ପ୍ରେମୀ ଆଇନଜୀବୀ ହୃଷୀକେଶ ପାଢ଼ୀ ଉକ୍ତ ବୈଠକରେ ସଭାପତିତ୍ୱରେ କରିଥିଲେ । ଏହି ଅବସରରେ ଶ୍ରୀ ପାଢ଼ୀ କହିଲେ - ଆମ ପରିବେଶ ପ୍ରଦୂଷଣ ର ଅନ୍ୟତମ ମୁଖ୍ୟ କାରଣ ହେଉଛି ମୃତିକା କ୍ଷୟ ।ଏହାର ନିରାକରଣ ପାଇଁ ଅଧିକ ରୁ ଅଧିକ ଗଛ ଲଗାଇବା ଆମ ପାଇଁ ବଡ ଆହ୍ୱାନ ରୂପେ ଛିଡା ହୋଇଛି । ତେଣୁ ସମସ୍ତେ ଗୋଟିଏ ଗୋଟିଏ ଗଛ ଲଗାଇ ମୃତିକା କ୍ଷୟ ରୋକିବାରେ ସହଭାଗିତା ହେବାକୁ ସେ ଆହ୍ୱାନ ଦେଇଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ଗଣେଶ ବାବୁ, କାଳନ୍ଦୀ ଚରଣ ପ୍ରଧାନ, ପ୍ରଶାନ୍ତ ପ୍ରତିହାରି, ସୋମନାଥ ସେନାପତି, ଲିଙ୍ଗରାଜ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।ଶେଷରେ" ପରିବେଶ ପାଇଁ ଗଛ ଟିଏ 'ସ୍ଲୋଗାନ ଦେଇ ତହସିଲ କାର୍ଯାଳୟ, ଉପନିବନ୍ଧକ କାର୍ଯ୍ୟାଳୟ ଓ ରେଞ୍ଚଗ୍ରାମ ପରିକ୍ରମା କରାଯାଇଥିଲା । ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୬/୧୨/୨୦୨୨---୮,୪୦ Sakhigopal News,6/12/2022