ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ
ବରଗଡ଼--- ବରଗଡ ଜିଲ୍ଲା ଭେଡେନ ବ୍ଲକ ଅର୍ଜୁଣ୍ଡା ପଞ୍ଚାୟତ ର ମାଁ ସମଲେଶ୍ଵରୀ ପୂଜା କମିଟି ଓ ଓଡିଶା ମୋ ପରିବାର ର ମିଳିତ ଆନୁକୂଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବରେ ବରଗଡ ଜିଲ୍ଲା ମୋ ପରିବାର ର ଜିଲ୍ଲା ସଂଯୋଜକ ଗୌରହରି ମିଶ୍ର ଯୋଗଦେଇଥିଲେ। ସମ୍ମାନୀତ ଅତିଥି ଭାବେ ମା ସମଲେଶ୍ଵରୀ ପୂଜା କମିଟି ର ସଭାପତି ରାଜେଶ ରଞ୍ଜନ ପାଢୀ, ସମ୍ପାଦକ ସୁବାଷନ ଭୋଇ ଓ ଉପଦେଷ୍ଟା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ପାଢ଼ୀ ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ ।ଏଥିରେ ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ ବୁର୍ଲା, ରକ୍ତ ଭଣ୍ଡାର ର ଡାଃ ସତୀଶ ରଞ୍ଜନ ପ୍ରଧାନ, କାଉନସିଲର ମଣ୍ଟୁ ପ୍ରଧାନ, ଦେବାଶିଷ ମିଶ୍ର(ଏଲ ଟି) ଓ ଟେକନିସିଏନ ପାଏନୁ ଭୋଇ, ପ୍ରହଲ୍ଲାଦ ଭୋଇ ପ୍ରମୁଖ ରକ୍ତ ସଂଗ୍ରହ କରି ଥିଲେ। ଏହି ରକ୍ତ ଦାନ ଶିବିର ରେ ୮ ଜଣ ମହିଳା ସମେତ ୫୬ ଜଣ ସ୍ୱେଚ୍ଛାକୃତ ରକ୍ତଦାନ କରିଥିଲେ।
ମହିଳା ମାନଙ୍କ ନେତୃତ୍ବ ନେଇ ଥିଲେ, ଶ୍ରୀମତୀ ସ୍ନିଗ୍ଧାରାଣୀ ପାଢୀ, ଶ୍ରୀମତୀ ସସ୍ମିତା ପାଢୀ ଓ ଶ୍ରୀମତୀ ସୁଜାତା ପାଢୀ। ଏହାସହିତ ପୂଜା କମିଟୀ ର ରାକେଶ ରଂଜନ ପାଢୀ, ସିତାରାମ ବନଛୋର, ସୁରେଶ ମାଝୀ, ସୁଶିଲ ରଣା, ସଂଜୀବ ପାଢୀ, ଜାମ୍ପନା ରାମାରାଓ, ଜି ପ୍ରସାଦ, ତ୍ରିବିକ୍ରମ ହୋତା, ଟୁନା ପାଢୀ ପ୍ରମୁଖ ଓ ପୂଜା କମିଟୀ ର ସମସ୍ତ ସଦସ୍ୟ ଉପସ୍ଥିତ ରହି ରକ୍ତ ସଂଗ୍ରହ ରେ ସହଯୋଗ କରିଥିଲେ। ଏଥିରେ ଲାୟନ୍ସ କ୍ଲବ ଝରାପାଲି ମାର୍କେଟ ଥୁଆପାଲି ର ସଦସ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ପରିଶେଷରେ ପୂଜା କମିଟି ଆବାହକ ସତ୍ଯ ପେରା ରକ୍ତଦାତା ଓ ପୂଜା କମିଟି ର ସମସ୍ତ ସଦସ୍ୟ ସଦସ୍ୟା ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୭/୧୨/୨୦୨୨----୭,୧୦ Sakhigopal News,27/12/2022