ପହଁଚିଲା ବିଶ୍ୱକପ ହକି ଟ୍ରଫି ; ଜଟଣୀରେ ବିଶ୍ୱକପ ହକି ଟ୍ରଫିକୁ ସ୍ୱାଗତ ସମ୍ବର୍ଦ୍ଧନା
ଜଟଣୀ ---ଆସନ୍ତା ବର୍ଷ ଜାନୁଆରୀ 13ରୁ 19 ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାର ନବନିର୍ମିତ ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ପୁରୁଷ ହକି ବିଶ୍ୱକପ ଆୟୋଜିତ ହେବ l ଏହା ପୂର୍ବରୁ ଏହି ବିଶ୍ୱକପକୁ ଅଧିକ ଲୋକପ୍ରିୟ କରାଇବା ଲକ୍ଷ ନେଇ ଗତ ୫ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ୱକପ ଟ୍ରଫି ଟୁରକୁ ଶୁଭାରମ୍ଭ କରିଥିଲେ l ଇତି ମଧ୍ୟରେ ଏହି ଟ୍ରଫି କେନ୍ଦ୍ରଶାସିତ ଅଞ୍ଚଳ ଦିଲ୍ଲୀ ଏବଂ ୧୩ ଟି ରାଜ୍ୟ ପରିଭ୍ରମଣ କରି ୨୨ ଦିନ ପରେ ଆଜି ସନ୍ଧ୍ୟାରେ ନାଇଜର ସମ୍ମୁଖରେ ପହଞ୍ଚି ଥିଲା । ଜଟଣୀ ପୌରପରିଷଦର ଅଧକ୍ଷ ଏବଂ କାର୍ଯ୍ୟ ନିର୍ବାହୀ ଅଧିକାରୀ ସମେତ ସମସ୍ତ କର୍ମଚାରୀ ହରିବୋଲ ହୁଳହୁଳି ଦେଇ ପୁଷ୍ପ ବୃଷ୍ଟି କରିଥିଲେ l କୁଦିଆରୀ ହାଇସ୍କୁଲର ସ୍କାଉଟ ଆଣ୍ଡ ଗାଇଡ଼ ଏବଂ ଶିଶୁଶିକ୍ଷା ସଦନର ଛାତ୍ରଛାତ୍ରୀ ସମେତ ଜଟଣୀର ସମସ୍ତ ସମାଜସେବୀ ସଂଘଠନ, କୀର୍ତ୍ତନ, ଡିଜେ ବଜାଇ ଟ୍ରଫିକୁ ସ୍ୱାଗତ କରାଯାଇଥିଲା l ଏହାପରେ ଟ୍ରଫି ଶୋଭାଯାତ୍ରାରେ ଆଇଆଇଟି ଅଭିମୁଖେ ବାହାରି ଜଟଣୀର ହରିଭାଇନା ଛକ, ମହୁଲିଗୁଡ଼ିଆ ଛକ, ପୋଷ୍ଟ ଅଫିସ ଛକ, ସୀତାରାମ ଛକ, କୁଦିଆରୀ ଦେଇ ପୁରୀ ଅଭମୁଖେ ଯାତ୍ରା କରିଥିଲା l ଯାତ୍ରା କରିବା ସମୟରେ ରାସ୍ତାର ଉଭୟ ପାର୍ଶ୍ୱରେ ଶୋଭାଯାତ୍ରା ଦେଖିବା ପାଇଁ ଜନଗହଳି ପରିଲିକ୍ଷିତ ହୋଇଥିଲା l ଟ୍ରଫି ଟୁରକୁ ରାଜ୍ୟରେ ଆଶାତୀତ ଲୋକପ୍ରିୟ ମିଳିଛି ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଥିଲା l ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୬/୧୨/୨୦୨୨---୯,୪୫ Sakhigopal News,26/12/2022