ମହର୍ଷି ଦୟାନନ୍ଦ ଚାରିଟେବୁଲ ଟ୍ରଷ୍ଟ ଜରାଶ୍ରମରେ ହାତୀ ଉପଦ୍ରବ
ଓଡ଼ଗାଁ:- ଓଡ଼ଗାଁ ବ୍ଳକ ଲିଙ୍ଗରାଜପ୍ରସାଦ ଛକ ନିକଟବର୍ତ୍ତୀ ପଥରା ଜରାଶ୍ରମ ପରିସରରେ ଗତକାଲି ବିଳମ୍ବିତ ରାତିରେ ହାତୀ ମାନଙ୍କର ଉପଦ୍ରବ ଦେଖିବାକୁ ମିଳିଛି। ଗତକାଲି ବିଳମ୍ବିତ ରାତିରେ ପଥରା ସ୍ଥିତ ମହର୍ଷି ଦୟାନନ୍ଦ ଚାରିଟେବୁଲ ଟ୍ରଷ୍ଟ ଜରାଶ୍ରମ ପରିସରରେ ୨୦ରୁ ଉର୍ଦ୍ଧ୍ବ ଜଙ୍ଗଲି ହାତୀପଲ ପଶି ଆଶ୍ରମର ପାଣି ପାଇପ ନଳା ଭାଙ୍ଗିବା ସହ ବିଦ୍ୟୁତ ତାର ଛିଡାଇବା ସହିତ ୧୦୦ରୁ ଉର୍ଦ୍ଧ୍ବ କଦଳୀ ଗଛ, ୫୦୦ରୁ ଉର୍ଦ୍ଧ୍ବ ସପୁରୀ ଗଛ ଦଳିଚକଟି ନଷ୍ଟ କରିଦେଇଛନ୍ତି। ଆଶ୍ରମ ପରିସରରେ ଆତଙ୍କ ଖେଳାଇଛନ୍ତି। ତେବେ ହାତୀ ମାନଙ୍କୁ ଘଉଡାଇବା ପାଇଁ ବନବିଭାଗ କର୍ମଚାରୀ ଆସିଥିବା ବେଳେ ହାତୀକୁ ଡରି ଆଶ୍ରମ ବାହାରେ ଅପେକ୍ଷା କରିଥିଲେ ଏବଂ ହାତୀ ଘଉଡାଇବା ପାଇଁ ବିଦ୍ୟୁତ୍ କାଟ୍ କରିଥିବା ଏବଂ ହାତୀ ଉପଦ୍ରବ ରେ ପ୍ରାୟ ଆନୁମାନିକ ୧ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କାର ସାମଗ୍ରୀ ଓ ଗଛ ନଷ୍ଟ ହୋଇଥିବା ଆଶ୍ରମ ପରିଚାଳନା କମିଟି ର ପରିଚାଳକ ଅରୁଣ ଶଙ୍କର ଆଚାରୀ କହିଛନ୍ତି।
ତା:-୨୬ /୧୨/୨୨---୧,୨୫ Sakhigopal News,26/12/2022