ବଳପୁର ପଞ୍ଚାୟତରେ ବଜ୍ୟବସ୍ତୁ ପରିଚାଳନା ପାଇଁ ଯୋଗାଣ ହେଲା ସିମେଣ୍ଟନନ୍ଦ
ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକର ବଳପୁର ଗ୍ରାମ ପଞ୍ଚାୟତ ଏବେ ଅନ୍ୟ ପଞ୍ଚାୟତ ଠାରୁ ଟିକେ ଆଗରେ । ପଞ୍ଚାୟତରେ ବଜ୍ୟବସ୍ତୁ ପରିଚାଳନା ଓ ଗ୍ରାମ ସଫେଇ ରଖିବାରେ ବଳପୁର ପଞ୍ଚାୟତ ଆଗରେ । ବିଭିନ୍ନ ୱାର୍ଡ ମାନଙ୍କରେ ମା ଗ୍ରାମ ମାନଙ୍କରେ ଥିବା ସରକାରୀ ଜମି ବା ରାସ୍ତା କରରେ ପଞ୍ଚାୟତ ପକ୍ଷରୁ କରାଯାଇଛି ଦୁଇଟି କୁଣ୍ଡ । ଗୋଟିଏ କୁଣ୍ଡରେ ମାଟିରେ ମିଶିଯାଉଥିବା ବଜ୍ୟବସ୍ତୁ ଗୁଡିକ ଅନ୍ୟ କୁଣ୍ଡରେ ପଲିଥିନି, ପାଣିବୋତଳ, କାଚ ଆଦି ସାମଗ୍ରୀ ଗୁଡିକ ଏଥିରେ ପକାଇବା ପାଇଁ ସୂଚନା ମଧ୍ୟ ଦିଆଯାଇଛି । ଏହି କୁଣ୍ଡ ଉପରେ ମଧ୍ୟ ଆଜବେଷ୍ଟର ଛାତ ପଡିଛି । ଅନ୍ୟ ପକ୍ଷେ ପଞ୍ଚାୟତ ମାଧ୍ୟମରେ ଏକ ସଂସ୍ଥା ପ୍ରତି ପରିବାରଙ୍କୁ ୪ଗୋଟି ସିମେଣ୍ଟନନ୍ଦ ଯୋଗାଇ ଦେଇଛନ୍ତି । ଏହି ନନ୍ଦ ଗୁଡିକ ପରିବାରଙ୍କ ସୁବିଧା ଅନୁଯାୟୀ ରଙ୍ଗ କରାଯାଇ ସେଥିରେ ବଜ୍ୟବସ୍ତୁ ପରିଚାଳନା , ପଞ୍ଚାୟତ, ଗ୍ରାମ ଲେଖାଯାଉଛି । ଯାହାକି ସତ୍ୟବାଦୀ ବ୍ଳକରେ ବଳପୁର ଗ୍ରାମ ପଞ୍ଚାୟତ ଏବେ ବଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ଆଗରେ ବୋଲି ଲୋକମାନେ କହୁଛନ୍ତି । ସ୍ଥାନୀୟ ସରପଞ୍ଚ ପିୟଙ୍କା ପଣ୍ଡା ଏହି ବଜ୍ୟବସ୍ତୁ ଟାଙ୍କି ସଠିକ ବ୍ୟବହାର କରିବା ପାଇଁ ଲୋକମାନଙ୍କୁ କହୁଥିବା ଜଣାପଡିଛି । ଏବେ ଅନ୍ୟ ପଞ୍ଚାୟତରେ ଏହି ବଜ୍ୟବସ୍ତୁ ପରିଚାଳନା ପାଇଁ ନନ୍ଦ ମିଳିବ କେବେ ତାହା ପ୍ରଶ୍ନବାଚୀ ହୋଇ ପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୮/୧୨/୨୦୨୨---୭,୧୦ Sakhigopal News, 28/12/2022