Breaking News

ଶ୍ରୀ ପୁରୁଷୋତ୍ତମପୁର ଉଚ୍ଚ ବିଦ୍ୟାଳୟରେ ହସ୍ତ ଶିଳ୍ପ ପ୍ରତିଯୋଗିତା




ଡେଲାଙ୍ଗ----ଶ୍ରୀ ପୁରୁଷୋତ୍ତମପୁର ନୋଡାଲ ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ହସ୍ତ ଶିଳ୍ପ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପ୍ରତିଯୋଗିତାରେ ମୂଖ୍ୟ ଅତିଥି ଭାବେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପବିତ୍ର କୁମାର ପଣ୍ଡା, ସାମ୍ବାଦିକ ଲକ୍ଷ୍ମୀ ନାରାୟଣ ପାଢ଼ୀ ଓ ବିଦ୍ୟାଳୟର  ପ୍ରଧାନ ଶିକ୍ଷକ ଜଳନ୍ଧର ବେହେରା ଯୋଗ ଦେଇ ବିଭିନ୍ନ ପ୍ରକଳ୍ପକୁ ଉଚ୍ଚ ପ୍ରଶଂସା କରିବା ସହ ଅଭିନବ ପଦକ୍ଷେପକୁ  ଧନ୍ୟବାଦ୍ ଦେଇଥିଲେ। ପ୍ରଥମେ ଶ୍ରୀଗଣେଶଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ଧୂପ ଦୀପ ପ୍ରଦାନପରେ ଉଦଘାଟନ କରାଯାଇଥିଲା।   ବିଜ୍ଞାନ ଶିକ୍ଷକ ରତ୍ନାକର ଚମ୍ପତ୍ତି, ସତ୍ୟବ୍ରତ ମିଶ୍ର ଓ ଶିକ୍ଷୟିତ୍ରୀ ସ୍ନେହଲତା ସାହୁ
 ଶିକ୍ଷକ ମିହିର କୁମାର ମିଶ୍ର , ଶିକ୍ଷୟିତ୍ରୀ ଗୋଦାବରୀ ସ୍ୱାଇଁ, ସବିତା ପାଢ଼ୀ କନିଷ୍ଠ ବିଭିନ୍ନ ପ୍ରକଳ୍ପ ଗୁଡ଼ିକୁ ମୂଲ୍ୟାୟନ କରିଥିଲେ।ଶାରୀରିକ ଶିକ୍ଷା ଶିକ୍ଷୟିତ୍ରୀ ନନ୍ଦିତା ରାଣୀ ବେହେରା,ଶିକ୍ଷୟିତ୍ରୀ ପଲିଶ୍ରି ସେଠୀ, ଧନ୍ୟବାଦ ଅର୍ପଣ କରିଥିବା ବେଳେ ଶିକ୍ଷକ ବସନ୍ତ କୁମାର ପ୍ରଧାନ ସମସ୍ତ କାର୍ଯ ନିଜ ତତ୍ତ୍ଵ ବଧାନରେ ପରିଚାଳନା କରିଥିଲେ।
ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୯/୧୨/୨୦୨୨---୧୧,୫୦ Sakhigopal News,19/12/2022

Blog Archive

Popular Posts