Breaking News

ନିର୍ଭର" ଶିକ୍ଷାନୁଷ୍ଠାନ ର ସପ୍ତଦଶ ବାର୍ଷିକ ଉତ୍ସବ



ଭଞ୍ଜନଗର – ଗଂଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ନେଟଙ୍ଗା   “ନିର୍ଭର” ଅନୁଷ୍ଠାନ  ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ସପ୍ତଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଗୋବରା ମେଡିକାଲ  ଅଧିକ୍ଷକ ଡଃ. ବାଲୁଙ୍କେଶ୍ୱର ଷଡ଼ଙ୍ଗୀ  ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । କ୍ଷତ୍ରିୟବରପୁର ମହାବିଦ୍ୟାଳୟ ର ଅଧ୍ୟକ୍ଷ ବି. ଗୋବିନ୍ଦ ରାଓ , ଅନୁଷ୍ଠାନ ର ସଭାପତି ରାଜେନ୍ଦ୍ର ପ୍ରସାଦ ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଏହାସହ ଅଞ୍ଚଳର  ବହୁ ବୁଦ୍ଧିଜୀବୀ , ଶିକ୍ଷାବିତ୍ , ଅଭିଭାବକ ଏବଂ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ଯୋଗଦେଇଥିଲେ । ସାମ୍ପ୍ରତିକ ପରିସ୍ଥିତିରେ ଛାତ୍ରଛାତ୍ରୀ ମାନେ , “ବଡ-ମଣିଷ” ହେବା ଅପେକ୍ଷା , ଜଣେ “ଭଲ-ମଣିଷ” ‌ହେବାର ଆବଶ୍ୟକତା ରହିଛି ବୋଲି , ମଞ୍ଚାସୀନ ଅତିଥି ମାନେ ନିଜ ପ୍ରତିକ୍ରିୟାରେ କହିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଙ୍କ ଦ୍ଵାରା ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିବା ବେଳେ , କୃତି ପ୍ରତିଭା ଙ୍କୁ ସମ୍ମାନିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ ସୁଶାନ୍ତ କୁମାର ଲେଙ୍କା , ବୈଦ୍ୟନାଥ ତ୍ରିପାଠୀ , ପ୍ରହଲ୍ଲାଦ ଲେଙ୍କା , ସଂପାଦକ - ଦୁର୍ଗାପ୍ରସାଦ ମିଶ୍ର , ଅନୁଷ୍ଠାନ ର ଗୁରୁଜୀ , ଗୁରୁମା' ଏବଂ ସମସ୍ତ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୪/୧୨/୨୦୨୨---୯,୧୦ Sakhigopal News,24/12/2022

Blog Archive

Popular Posts