Breaking News

ପୁଣି ରକ୍ତମୁଖା ହେଲା ଲାଲ୍ ବାହିନୀ ; ପୋଲିସ୍ ଇନଫର୍ମର ସନ୍ଦେହରେ ଦିନ ଦ୍ବିପହରରେ ଗୁଳିକରି ନିର୍ମମ ହତ୍ୟା



ବାଲିଗୁଡ଼ା:ପୁଣି ରକ୍ତମୁଖା ହେଲା ଲାଲ୍ ବାହିନୀ । ପୋଲିସ୍ ଇନଫର୍ମର ସନ୍ଦେହରେ ଦିନ ଦ୍ବିପହରରେ ଜଣଙ୍କୁ ଗୁଳିକରି ନିର୍ମମ ହତ୍ୟା କଲେ ମାଓବାଦୀ । କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ବଣ୍ଡାପିପିଲି ଗାଁ ରେ ମାଓବାଦୀଙ୍କ ବର୍ବର କାଣ୍ଡ । ବିଚ୍ ରାସ୍ତାରେ ଠିକାଦାରଙ୍କୁ ଗୋଡ଼ାଇ ଗୋଡ଼ାଇ ଗୁଳିକରି ହତ୍ୟା କଲେ ମାଓବାଦୀ । ଘଟଣାସ୍ଥଳରେ ପୋଷ୍ଟର ଛାଡ଼ିଯାଇଛି ଲାଲ୍ ବାହିନୀ । ହତ୍ୟାକାଣ୍ଡ ପରେ ସାରା ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି । ମୃତ ଠିକାଦାର ରମେଶ ବଢ଼େଇ ହୋଇଥିବା ଜଣାପଡ଼ିଛି । ଘଟଣା ପ୍ରକାରେ ଆଜି ବଣ୍ଡାପିପିଲି ଗାଁ ରେ ସାପ୍ତାହିକ ହାଟ ଚାଲିଥିବା ବେଳେ ରମେଶ ତାଙ୍କ ଦୋକାନରେ ଥିଲେ। କିଛି ସଶସ୍ତ୍ର ମାଓବାଦୀ ତାଙ୍କୁ ସେଠାରେ ବନ୍ଧୁକ ଦେଖାଇବାରୁ ସେ ଭୟରେ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ । ସେତେବେଳେ ସଶସ୍ତ୍ର ମାଓବାଦୀ ରମେଶଙ୍କୁ ଗୁଳିକରି ନିର୍ମମ ଭାବେ ହତ୍ୟା କରିଥିବା ଜଣାପଡ଼ିଛି । ହତ୍ୟାକାଣ୍ଡ ପରେ ଘଟଣାସ୍ଥଳରେ ସିପିଆଇ ମାଓବାଦୀ ନାମରେ ହତ୍ୟାର କାରଣ ସହ ଚେତାବନୀ ପୋଷ୍ଟର ଛାଡ଼ି ଯାଇଥିବା ଜଣାପଡ଼ିଛି । ରମେଶ ଜଣେ ଠକ ଠିକାଦାର ଏବଂ ପୋଲିସ ଇନଫର୍ମର ଭାବେ କାମ କରୁଥିଲା ଏଣୁ ତାକୁ ଲାଲ୍ ବାହିନୀ ହତ୍ୟା କରିଥିବା ପୋଷ୍ଟରରେ ଉଲ୍ଲେଖ ଥିବା  ସହ ଅଞ୍ଚଳର କିଛି ଲୋକଙ୍କ ନାମ ମଧ୍ୟ ଉଲ୍ଲେଖ ଥିବା ଦେଖିବାକୁ ମିଳିଛି । ଯେଉଁ ମାନେ ମାଓବାଦୀଙ୍କ ବିରୋଧରେ କାର୍ଯ୍ୟ କରୁଛନ୍ତି ଏବଂ ପୋଲିସର ଖବରଦାତା ସାଜିଛନ୍ତି ସେମାନଙ୍କୁ ମଧ୍ୟ ଏହି ଭଳି ମୃତ୍ୟୁ ଦଣ୍ଡ ଦିଆଯିବ ବୋଲି ପୋଷ୍ଟର ମାଧ୍ୟମରେ ଚେତାବନୀ ଦେଇଛି ମାଓ ସଙ୍ଗଠନ ।
କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୧୮/୧୨/୧/୨୦୨୨----୭,୧୦ Sakhigopal News,18/12/2022

Blog Archive

Popular Posts