ଶ୍ରୀ ପୁରୁଷୋତ୍ତମପୁର ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ ହୋଇଯାଇଛି
ଡେଲାଙ୍ଗ-----ଶ୍ରୀ ପୁରୁଷୋତ୍ତମପୁର ନୋଡାଲ ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଯାଇଅଛି। ଏଥିରେ ମୂଖ୍ୟ ଅତିଥି ଭାବେ ପୂର୍ବତନ ସରପଞ୍ଚ ବାଲୁଙ୍କେଶ୍ୱର ମହାପାତ୍ର , ମୁଖ୍ୟବକ୍ତା ରୂପେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପବିତ୍ର କୁମାର ପଣ୍ଡା, ପ୍ରଦୀପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ପ୍ରତିଯୋଗିତା ଉଦଘାଟନ କରିଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ଜଳନ୍ଧର ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ବିଭିନ୍ନ ବିଦ୍ୟାଳୟର ଶିକ୍ଷକମାନେ ଯୋଗ ଦେଇ ପ୍ରତିଯୋଗିତାକୁ ଆହୁରି ସରସ ସୁନ୍ଦର କରିଥିଲେ। ପ୍ରଥମେ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପ୍ରଦାନ ପରେ ମଶାଲ ଶୋଭାଯାତ୍ରା କରି ଉଦଘାଟନ କରାଯାଇଥିଲା। ବିଜ୍ଞାନ ଶିକ୍ଷକ ରତ୍ନାକର ଚଂପତି,ଶିକ୍ଷକ ସତ୍ୟବ୍ରତ ମିଶ୍ର, ଶିକ୍ଷୟିତ୍ରୀ ସ୍ନେହଲତା ସାହୁ ବାଳକ ବିଭାଗରେ ଏବଂ ଶିକ୍ଷୟିତ୍ରୀ ଗୋଦାବରୀ ସ୍ୱାଇଁ,ଶିକ୍ଷୟିତ୍ରୀ ସବିତା ପାଢ଼ୀ, ପଲିଶ୍ରୀ ସେଠୀ ବାଳିକା ବିଭାଗର ବିଭିନ୍ନ ପ୍ରତିଯୋଗିତା ପରିଚାଳନା କରିଥିଲେ। ଶିକ୍ଷକ ସନ୍ତୋଷ କୁମାର କୁଣ୍ଡୁ ଓ ବସନ୍ତ କୁମାର ପ୍ରଧାନ ମଞ୍ଚ ପରିଚାଳନା କରିଥିବା ବେଳେ ଶାରୀରିକ ଶିକ୍ଷୟିତ୍ରୀ ନନ୍ଦିତା ରାଣୀ ଓ କଳା ଶିକ୍ଷକ ସୌମ୍ୟ ରଞ୍ଜନ ବେହେରା ସମସ୍ତ ବିଭାଗ ମୂଲ୍ୟାୟନ କରିଥିଲେ। ଶିବ ପ୍ରସାଦ ଶତପଥୀ ,ରବି ବିଶ୍ଵାଳ,ଲଳିତ ସାହୁ ପ୍ରମୁଖ ସହଯୋଗ କରିଥିଲେ।
ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୧/୧୨/୨୦୨୨---୧୨,୪୫ Sakhigopal News,21/12/2022