ଏଲଆରପିକୁ ସଫଳ ରୂପାୟନ ନିମନ୍ତେ ଆଲୋଚନା ଚକ୍ର
ଉଦୟଗିରି: କନ୍ଧମାଳ ଜିଲ୍ଲାରେ ଶିକ୍ଷା ପୁନରୁଦ୍ଧାର କାର୍ଯ୍ୟକ୍ରମ (ଏଲଆରପି) ର ସଫଳ ରୂପାୟନ ପାଇଁ ବିଭାଗୀୟ ତତ୍ପରତା ପ୍ରକାଶ ପାଇବା ଦରକାର । କୋଭିଡ ମହାମାରୀ ସମୟରେ ପିଲାମାନଙ୍କର ପାଠ ପଢା ବ୍ଯାହତ ହୋଇଥିଲା । ତେଣୁ ସେମାନଙ୍କର ଶିକ୍ଷା ବ୍ଯବଧାନକୁ ରୋକିବା ପାଇଁ ରାଜ୍ୟ ସରକାର ଶିକ୍ଷା ପୁନରୁଦ୍ଧାର କାର୍ଯ୍ୟକ୍ରମ (ଏଲଆରପି) ଲାଗୁ କରିଛନ୍ତି। କିନ୍ତୁ ନିକଟରେ କନ୍ଧମାଳ ଜିଲ୍ଲାର ଲୋକ ସଂଗଠନ ଜୀବିକା ସୁରକ୍ଷା ମଞ୍ଚ ଓ ମହିଳା ଜୀବିକା ସୁରକ୍ଷା ମଞ୍ଚ ପକ୍ଷରୁ ଏହି ଯୋଜନାର କାର୍ଯ୍ୟ ସ୍ଥିତିକୁ ନେଇ ନିକଟରେ ହୋଇଥିବା ଏକ ଫ୍ୟାକ୍ଟ-ଫାଇଣ୍ଡିଂ ରିପୋର୍ଟରୁ ଜଣାପଡିଛି ଯେ ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ବିଭାଗୀୟ ତତ୍ପରତା ଜରୁରୀ ବୋଲି ଆୟୋଜିତ ଆଲୋଚନା ଚକ୍ରରେ ସଂଗଠନର କର୍ମକର୍ତା ଦାବି କରିଛନ୍ତି। ଜିଲ୍ଲାର ୮ଟି ବ୍ଲକର ୬୪୯ ଜଣ ପିଲାଙ୍କୁ ନେଇ କରାଯାଇ ଥିବା ଏହି ଅଧ୍ୟୟନରୁ ଜଣାପଡିଛି । ପାଖାପାଖି ୨.୪ ପ୍ରତିଶତ ପିଲା ଏଲଆରପି ବିଷୟରେ ଜାଣି ନ ଥିବା ବେଳେ ୩ ପ୍ରତିଶତ ପିଲା ବେସ୍ଲାଇନ ପରୀକ୍ଷା ଦେଇନାହାନ୍ତି। ସେହିପରି ୧.୫ ପ୍ରତିଶତ ପିଲାଙ୍କ କହିବାନୁସାରେ ଏଲଆରପି ପାଠ୍ୟକ୍ରମ ଆରମ୍ଭ ହୋଇନଥିବା ବେଳେ ଅନେକ ପିଲା ଏଲଆରପି ପୁସ୍ତକ ଏପର୍ଯ୍ୟନ୍ତ ପାଇନାହାନ୍ତି। ତେଣୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ଦ୍ରୁଷ୍ଟି ଦେବା ସହ ଶିକ୍ଷା ପୁନରୁଦ୍ଧାର କାର୍ଯ୍ୟକ୍ରମ (ଏଲଆରପି) ର ସୁବିଧା କେମିତି ସବୁ ପିଲାଙ୍କ ପାଖରେ ପହଞ୍ଚିବ। ସେଥିପାଇଁ କାର୍ଯ୍ୟ କରିବା ଆବଶ୍ୟକ ବୋଲି ସଂଗଠନର ଜିଲ୍ଲାମୁଖ୍ୟ ଅଞ୍ଜନ ପ୍ରଧାନ ସୁଧାକର ପ୍ରଧାନ,ସଂଜୀବ ଦିଗାଲ ସିଦ୍ଧେସ୍ୱର ନାୟକ, ସସ୍ମିତା ମଲ୍ଲିକ, ଚିତ୍ତ ରଞ୍ଜନ ପ୍ରଧାନ ସାଥି ପ୍ରୋମଦା ନାୟକ, ସୁନିତା ପ୍ରଧାନ, ଶାରଳା ପ୍ରଧାନ, ହରି ଚନ୍ଦ୍ର ଦଳ ବେହେରା, ନିରାକାର ସାହୁ ଦିଲ୍ଲୀପ ପୂଜାରୀ କହିଛନ୍ତି ।ଏହି ଆଲୋଚନା ଚକ୍ରରେ ଜିଲ୍ଲାରୁ ଶିକ୍ଷା ଅଧିକାରୀ ସମେତ ସ୍ବେଛାସେବୀ ଅନୁଷ୍ଠାନ କର୍ମକର୍ତ୍ତାମାନେ ଉପସ୍ଥିତ ରହି ଆଲୋଚନା କରିଥିଲେ ।ସରକାରଙ୍କ ଦ୍ଵାରା ପ୍ରଚଳିତ ଏଲଆରପି ଅସମ୍ପୂର୍ଣ୍ଣ ହୋଇ ରହିଥିବା ବେଳେ ଏହା ଏବେ ବନ୍ଦ ହେବାକୁ ଯାଉଛି କିନ୍ତୁ ଉକ୍ତ ସଂଗଠନ ପକ୍ଷରୁ ଏହାକୁ ପୁଣି କାର୍ଯ୍ୟକ୍ଷମ କରିବା ପାଇଁ ଆଲୋଚନା ଚକ୍ରରେ ଉପସ୍ଥାପନା କରାଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଅଧିକାରୀ ଶ୍ରୀ ପ୍ରଦୀପ୍ତ କୁମାର ନାୟକ ସମ୍ମାନିତ ଅତିଥି ଏ ଏମ୍ ସି ଏସ କଲେଜ ଅଧ୍ୟକ୍ଷ ଶ୍ରୀ ଦିନବନ୍ଧୁ ମହାନ୍ତି,ଗୋଷ୍ଠୀ କୃଷି ଅଧିକାରୀ ସନ୍ତୋଷ କୁମାର ଦଳବେହେରା, ଉଦ୍ୟାନ ଅଧିକାରୀ ଟିକାବାଲି ଶ୍ରୀ ରାଜେଶ ବିଶ୍ୱlଳ ସ୍ଵାତି ଅନୁଷ୍ଠାନର କର୍ମୀ ରମେଶ ବେହେରା ସାମ୍ବାଦିକ ରାମକୃଷ୍ଣ ଚୌଧୁରି, ସରପଞ୍ଚ ବୁର୍ବିନାଜୁ ସାଳିମା ପ୍ରଧାନ,ସରପଞ୍ଚ କଲିଙ୍ଗୀ ବକ୍ସ ମଳିକ, ସରପଞ୍ଚ ପାଡାଙ୍ଗି ଶୁଭଲଷ୍ମୀ ପ୍ରଧାନ, ରୁନିତା କଂହର ସରପଞ୍ଚ କଇଁଝର ରୁବି ପ୍ରଧାନ ସରପଞ୍ଚ ପିକରଡ଼ି ପ୍ରମୁଖ ଉପସ୍ଥିତ ଥିଲେ । କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୬/୧୨/୨୦୨୨---୮,୨୦ Sakhigopal News,6/12/2022