Breaking News

ଟ୍ରାକ୍ଟର ସହ ମୋଟରସାଇକେଲ ମୁହାଁମୁହିଁ ଧକ୍କା; ଟ୍ରାକ୍ଟର ଡ୍ରାଇଭର ସମେତ ଦୁଇ ମୋଟରସାଇକେଲ ଆରୋହୀ ଆହତ



ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା କ.ନୁଆଗାଁ ଥାନା ଧୁଙ୍ଗିଆଦିଆ ଘାଟିରେ ଟ୍ରାକ୍ଟର ସହିତ ମୋଟରସାଇକେଲର ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ଟ୍ରାକ୍ଟର ଡ୍ରାଇଭର ସମେତ ତିନିଜଣ ଆହତ ହୋଇଥିବା ସୂଚନା ମିଳିଛି। ସୂଚନା ପ୍ରକାରେଏକ ଟ୍ରାକ୍ଟର କ.ନୁଆଗାଁ ଆଡୁ ମହାସିଙ୍ଗି ଅଭିମୁଖେ ଆସୁଥିବା ବେଳେ ବିପରୀତ ଦିଗରୁ କ.ନୁଆଗାଁ ଅଭିମୁଖେ ଯାଉଥିବା ଏକ ମୋଟରସାଇକେଲ ଟ୍ରାକ୍ଟର କୁ ଆଗପଟରୁ ଧକ୍କା ଦେଇଥିଲା ।  ଫଳରେ ଟ୍ରାକ୍ଟର ଡ୍ରାଇଭର ସମେତ ଦୁଇଜଣ ମୋଟରସାଇକେଲ ଆରୋହୀ  ଦୁଇ ଆହତ ହୋଇଥିବା ଜଣାପଡ଼ିଛି । ଟ୍ରାକ୍ଟର ଡ୍ରାଇଭର ଓ ମୋଟରସାଇକେଲ ଚାଳକଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟଜଣେ ମୋଟରସାଇକେଲ ଆରୋହୀଙ୍କୁ କ.ନୁଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ମୋଟରସାଇକେଲ ଚାଳକଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା କାହାର ପରିଚୟ ସ୍ପଷ୍ଟ ହୋଇପାରିନାହିଁ । ଘଟଣାସ୍ଥଳରେ କ.ନୁଆଗାଁ ପୋଲିସ୍ ପହଁଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।
କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୨୨/୧୨/୨୦୨୨----୯,୪୦ Sakhigopal News,22/12/2022

Blog Archive

Popular Posts