କାର୍ ମୋଟରସାଇକେଲ ମୁହାଁମୁହିଁ ଧକ୍କ, ଜଣେ ମୃତ
ବାଲିଗୁଡ଼ା : କାର୍ ମୋଟରସାଇକେଲ ମୁହାଁମୁହିଁ ଧକ୍କା ମୋଟରସାଇକେଲ ଚାଳକ ମୃତ ହୋଇଥିବା ସୂଚନା ମିଳିଛି। ମୃତକ ତୁମୁଡ଼ିବନ୍ଧ ଥାନା ମାଲିପଡ଼ା ଅଞ୍ଚଳର ଜିହୁଦା ପରାସେଠ୍ ବୋଲି ଜଣାପଡିଛି । ଘଟଣା ପ୍ରକାରେ ଆଜି ସକାଳେ ମାଲିପଡ଼ା ଅଞ୍ଚଳର ଦୁଇଜଣ ଯୁବକ କୌଣସି କାମରେ ବାଲିଗୁଡ଼ା ଅଭିମୁଖେ ବାହାରିଥିଲେ । କୁର୍ତ୍ତମଗଡ଼ ନିକଟସ୍ଥ ବୁଲାଣି ରାସ୍ତାରେ ବୀପରୀତ ଦିଗରୁ ଯାଉଥିବା ଏକ କାର୍ ସହ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଜିହୁଦା ଗୁରୁତର ଆହତ ହୋଇ ରାସ୍ତାରେ ପଡ଼ିଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ ଯୋଗେ ଜିହୁଦାଙ୍କୁ ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ତୁମୁଡ଼ିବନ୍ଧ ପୋଲିସ୍ ପହଁଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।
କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୨୧/୧୨/୨୦୨୨----୧୨,୨୦ Sakhigopal News,21/12/2022