ଘୁମୁସୁର ଦକ୍ଷିଣ ବନବିଭାଗ ତରଫରୁ ଆଞ୍ଚଳିକ କଳିଙ୍ଗ ଔଷଧୀୟ ମେଳା ପାଇଁ ପ୍ରସ୍ତୁତି ବୈଠକ
ଭଞ୍ଜନଗର -- ସ୍ଥାନୀୟ ଘୁମୁସୁର ଦକ୍ଷିଣ ବନଖଣ୍ଡ କାର୍ଯ୍ୟାଳୟ ରେ ଆଞ୍ଚଳିକ କଳିଙ୍ଗ ଔଷଧୀୟ ମେଳା-2022 ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉତ୍ତର ଘୁମୁସୁର ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରାଙ୍କ ସଭାପତିତ୍ୱରେ ତଥା ଦକ୍ଷିଣ ଘୁମୁସୁର ବନ ଖଣ୍ଡ ଅଧିକାରୀ ଦିଲ୍ଳୀପ କୁମାର ରାଉତଙ୍କ ପୌରହିତ୍ୟରେ ଏହି କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଯାଇଛି । ଏଥିରେ ଘୁମୁସୁର ଅଞ୍ଚଳର ସମସ୍ତ ଆୟୁର୍ବେଦିକ ବୈଦ୍ୟବୃନ୍ଦ,ସମାଜସେବୀ ତଥା ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱ।ବଧାରକ ଶୁଳପାଣି ଶତପଥୀ, ଅନ୍ୟତମ ଅବସରପ୍ରାପ୍ତ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଅନୁପମ ବାନାର୍ଜୀ, ଗଂଜାମ ଜିଲ୍ଲା ଇକୋ କ୍ଲବ ସଂଯୋଜକ ଡ଼ ଶଙ୍କର ନାରାୟଣ ବେଜ ,ଓଡିଶା ପ୍ରକଳ୍ପ ପରିଚାଳକ ମନୀନ୍ଦ୍ର କୁମାର ସ୍ୱାଇଁ,ଭଂଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର କୃତିବାସ ବିଶ୍ୱାଳ,ଓ ପ୍ରଫେସର ଡ଼ ପୂର୍ଣ ଚନ୍ଦ୍ର ତ୍ରିପାଠୀ ପ୍ରମୁଖ ଯୋଗଦେଇ ନିଜ ନିଜର ଅନୁଭୂତି ସମ୍ପନ୍ନ ମତ ଓ ମନ୍ତବ୍ୟ ରଖିବା ସାଙ୍ଗକୁ ଦାୟିତ୍ୱ ବଣ୍ଟନରେ ଅଂଶ ଗ୍ରହଣ କରିଥିଲେ । ଏହି ପ୍ରସ୍ତୁତି ବୈଠକରେ ଭଂଜନଗର ସହରରେ ସ୍ଥାନୀୟ RCMS ପରିସରରେ ଆଗାମୀ ଫେବୃଆରୀ 2023ରେ ହେବାକୁ ଥିବା ଏହି ବନବିଭାଗ ପ୍ରାୟୋଜିତ ଆଞ୍ଚଳିକ ଔଷଧୀୟ ମେଳା କିଭଳିଭାବେ ସୂଚାରୁ ରୂପେ ଆୟୋଜିତ ହେବ,ସେ ସମ୍ପର୍କରେ ଆଗୁଆ ବିଚ।ର ବିମର୍ଷ କରାଯାଇ ଚୂଡାନ୍ତ ନିଷ୍ପତ୍ତି ନିଆ ଯାଇଥିଲା । ଏଥିରେ ଘୁମୁସୁର ବ୍ୟତୀତ ଅନ୍ୟାନ୍ୟ ପ୍ରାନ୍ତୀୟ ଆଞ୍ଚଳ ମାନଙ୍କରୁ ଅଧିକରୁ ଅଧିକ ବୈଦ୍ୟ ମାନଙ୍କୁ କିଭଳି ସାମିଲ କରଯାଇପାରିବ ଏବଂ ପାରସ୍ପରିକ ସମନ୍ୱୟରେ କିଭଳି ଏହି ପ୍ରକଳ୍ପ କାର୍ଯ୍ୟକ୍ରମ ଆୟୋଜନ ପୁର୍ବକ ନୂତନ ରୂପରେଖ ଦେଇ ସାର୍ବଜନୀନ ଓ ସୁଦୂର ପ୍ରସାରୀ କରାଯାଇ ମାନବ ସେବାରେ ଲଗାଯାଇପାରିବ,ସେ ପ୍ରସଙ୍ଗରେ ଗୁରୁତ୍ୱାରୋପ କରାଯାଇଥିଲା ।ଶେଷରେ ଘୁମୁସର ଦକ୍ଷିଣ ବନଖଣ୍ଡର ସହ ବନ ସଂରକ୍ଷକ ପ୍ରଭାକର ନାୟକ ଧନ୍ୟବାଦ ଦେଇଥିଲେ । ବନଖଣ୍ଡ କାର୍ଯ୍ୟାଳୟର ସେକ୍ସନ ଅଧିକାରୀ ଅଶୋକ ସାହୁ ଓ ଅନ୍ୟ କର୍ମଚାରୀ ମାନେ ଏଥିରେ ସହଯୋଗ କରିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୭/୧୨/୨୦୨୨---୮,୪୫ Sakhigopal News,17/12/2022