ସାବିତ୍ରୀ ମହିଳା ମହାବିଦ୍ୟାଳୟ ଏନଏସଏସ ଶିବିର ଉଦଯାପିତ
ଭଞ୍ଜନଗର-- ସାବିତ୍ରୀ ମହିଳା ମହାବିଦ୍ୟାଳୟର ଏନଏସଏସ ପକ୍ଷରୁ ଜାମପଲ୍ଲୀ ଗ୍ରାମରେ ସପ୍ରାହ ବ୍ୟାପୀ ଚାଲିଥିବା ଶୀତକାଳୀନ ସ୍ବତନ୍ତ୍ର ସେବା ଶିବିର ଉଦଯାପିତ ହେଇଯାଇଛି । କଲେଜ ଅଧ୍ୟକ୍ଷ ଜୟରାମ ସେନାପତି ଉଦଯାପିତ ସଭାରେ ଅଧ୍ୟକ୍ଷତା କରିଥିବା ବେଳେ ଯୋଜନା ଅଧିକାରୀଣୀ ଜୟଲକ୍ଷ୍ମୀ ରଥ ସ୍ବାଗତ ଭାଷଣ ଦେଇଥିଲେ ।ଏହି ଉଦଯାପନ ଉତ୍ସବରେ ମୁଖ୍ୟଅତିଥି ଭାବେ ଆଇଆରବି ୮ମ ବାଟାଲିୟନ କମାଣ୍ଡର ଅଧିକାରୀ ଉମେଶ ଚନ୍ଦ୍ର ଜେନା ଯୋଗଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ । ତେନ୍ତୁଳିଆ ଦେବସ୍ଥାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃରମଣୀ ରଞ୍ଜନ ମିଶ୍ର ସମ୍ଲାନିତ ଅତିଥିଭାବେ ଯୋଗଦେଇଥିଲେ ।ଜାମପଲ୍ଲୀ ଗ୍ରାମରେ ଛାତ୍ରୀମାନେ ଘରଘର ବୁଲି ଲୋକଙ୍କୁ ନିଶାନିବାରଣ , ବାଲ୍ୟ ବିବାହ ନାରୀ ନିର୍ଯ୍ୟାତନା ଉପରେ ସଚେତନ କରାଇଥିଲେ। ଶେଷରେ ଯୋଜନା ଅଧିକାରୀ ପ୍ରେମଚାନ୍ଦ ମଲ୍ଲିକ ଧନ୍ୟବାଦ ପ୍ରଦାନ କରିଥିଲେ ।ଏହି କାର୍ଯ୍ୟକ୍ରମକୁ ଜାମପଲ୍ଲୀ ଗ୍ରାମର ଯୁବକ ସଂଘ ର ସଭ୍ୟ ଓ ସଭାପତି କୁବିର ପ୍ରଧାନ ସହଯୋଗ କରିଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩୧/୧୨/୨୦୨୨---୭,୧୦ Sakhigopal News,31/12/2022