ସ୍କୁଟି ସହ ଅର୍ଗୁଣା-ଛାଲି ଜବତ , ଜଣେ ଗିରଫ
ଭଞ୍ଜନଗର -- ସ୍କୁଟି ରେ ଅର୍ଗୁଣା-ଛାଲି ଚାଲାଣ ହେଉଥିବା ବେଳେ ବନ ବିଭାଗ କର୍ମଚାରୀ ଚଢ଼ାଉ କରି ଜଣଙ୍କୁ ଗିରଫ କରିଛି। ଉତ୍ତର ଘୁମୁସର ବନଖଣ୍ଡ ଗାଲେରୀ ବନାଞ୍ଚଳ ଅନ୍ତର୍ଗତ , ବୋରିବନ୍ଧ ଗାଁ ନିକଟରେ ଏହି ଚଢ଼ାଉ ହୋଇଥିଲା । ଗୋଟିଏ ସ୍ମୁଟି ରେ ଚାଲାଣ ହେଉଥିବା ନେଇ ବନ ବିଭାଗ ସୂଚନା ପାଇ ଯାଞ୍ଚ ବେଳେ ସଂପୃକ୍ତ ବ୍ୟକ୍ତି ଙ୍କୁ ଧରିଥିଲେ । ବନବିଭାଗ ଦେଇଥିବା ସୂଚନା ପ୍ରକାରେ ଭଞ୍ଜନଗର ଥାନା ଅନ୍ତର୍ଗତ ବଡକୋଦଣ୍ଡା ଗ୍ରାମର କବିରାଜ ପ୍ରଧାନ ଦୁଇଟି ବସ୍ତା ରେ , ପ୍ରାୟ ୫୦ କିଲୋ ଅର୍ଗୁଣା ଛାଲି ବଦାଙ୍ଗି ଅଞ୍ଚଳରୁ ଧରି ଯାଉଥିଲେ । ସେହି ସମୟରେ ତିଳିସିଙ୍ଗି ସେକ୍ସନ୍ ର ବନପାଳ ଶୁଭସ୍ଥିତା ପାତ୍ର ଓ ବନରକ୍ଷୀ ମିଶି ପେଟ୍ରୋଲିଂ କରୁଥିଲେ । ସ୍ମୁଟି ରେ ବେଝେଇ କରି ଆସୁଥିବାର ଦେଖି ସନ୍ଦେହ ହେବାରୁ ବନପାଳ ଶ୍ରୀମତୀ ପାତ୍ର କବିରାଜଙ୍କ ସ୍କୁଟି କୁ ଅଟକାଇ ଯାଞ୍ଚ କରିଥିଲେ । ସେଥିରେ ଅର୍ଗୁଣା ଛାଲି ରହିଥିବା ଜଣାପଡିଥିଲା ।ଘଟଣାସ୍ଥଳରୁ ଛାଲି ଓ ସ୍ମଟିକୁ ଜବତ କରିବା ସହ ବ୍ୟବସାୟୀ କବିରାଜଙ୍କୁ ଅଟକ ରଖି ବନାଞ୍ଚଳ କାର୍ଯ୍ୟଳୟକୁ ନେଇଥିଲେ । ଘଟଣାର ତଦନ୍ତକରି କବିରାଜକୁ ଗିରଫ କରିବା ସହ କୋର୍ଟ କୁ ଚାଲାଣ କରାଯାଇଥିବା ବନାଞ୍ଚଳ ଅଧିକାରୀ ଶିବରାମ ନାୟକ ସୁଚନା ଦେଇଛନ୍ତି ।ବନାଞ୍ଚଳ ଅଧିକାରୀ ଶ୍ରୀ ନାୟକଙ୍କ ନିର୍ଦ୍ଦେଶ କ୍ରମେ ଏହି ଚଢାଉ କରାଯାଇଥିଲା । ଏହି ଚଢ଼ାଉରେ ଅନୁରାଧା ବେହେରା , ପ୍ରଦିପ କୁମାର ବେହେରା ଓ ରମେଶ ବେହେରା ସାମିଲ୍ ହୋଇଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୫/୧୨/୨୦୨୨----୯,୧୦ Sakhigopal News,25/12/2022