Breaking News

ପଞ୍ଚାୟତରୁ ବଜ୍ୟବସ୍ତୁ ସଂଗ୍ରହ ପାଇଁ ଗଡିଲା ଟ୍ରଲିଗାଡି



ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକ ପ୍ରଶାସନ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୫ଗୋଟି ପଞ୍ଚାୟତକୁ ବଜ୍ୟବସ୍ତୁ ସଂଗ୍ରହ କରିବା ପାଇଁ ଟ୍ରଲିଗାଡିର ଶୁଭାରମ୍ଭ ହୋଇଯାଇଛି । ଏହି ଅବସରରେ ସତ୍ୟବାଦୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା ସବୁଜ ପତାକା ଦେଖାଇ ଏହି ଗାଡି ଗୁଡିକର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ଅରକ୍ଷିତ ପ୍ରଧାନ, ସହକାରୀ ନିର୍ବାହୀଯନ୍ତ୍ରୀ ଅମ୍ରିତ ଗଜେନ୍ଦ୍ର, ସହକାରୀ ଯନ୍ତ୍ରୀ ବିଶ୍ୱମୋହନ ପଟ୍ଟନାୟକ, ଜେଇ ଶରତ ଚନ୍ଦ୍ର ରଥ, ପେଣ୍ଠପଡା ଓ କାଦୁଆ ଗ୍ରାମ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ସାରଙ୍ଗଧର ସ୍ୱାଇଁ,  ବୀରରାମଚନ୍ଦ୍ରପୁର ସରପଞ୍ଚ ଦୀପା ବେହେରା, କାଦୁଆ ସରପଞ୍ଚ ଗାୟତ୍ରୀ ମହାପାତ୍ର, ପେଣ୍ଠପଡା ସରପଞ୍ଚ ଚିନ୍ମୟ ରାଉତ, ଜୟପୁର ସରପଞ୍ଚଙ୍କ ପ୍ରତିନିଧି ଦେବଦତ୍ତ ସମାନ୍ତରାୟ, ଦୁଗଲ ଗ୍ରାମ ପଞ୍ଚାୟତର ସରପଞ୍ଚ ଚିନ୍ମୟୀ କିଷ୍ଣାବେଣୀ ଭଞ୍ଜଙ୍କ ସହିତ ବିଭିନ୍ନ ପଞ୍ଚାୟତର ମହିଳା ଗୋଷ୍ଠୀର ସଦସ୍ୟା ମାନେ ଉପସ୍ଥିତ ରହିଥିଲେ । ପ୍ରତି ପଞ୍ଚାୟତର ଗ୍ରାମରେ ଥିବା ପରିବାରଙ୍କୁ ଦୁଇଟି ଡଷ୍ଟବିନି ଦିଆଯାଇଛି । ଗୋଟିକରେ ଶୁଖିଲା ଓ ଅନ୍ୟଟିରେ ଓଦା ବଜ୍ୟବସ୍ତୁ ପକାଇବେ । ପଞ୍ଚାୟତକୁ ଦିଆଯାଇଥିବା ଏହି ବଜ୍ୟବସ୍ତୁ ଟ୍ରଲି ଗାଡି ଗୁଡିକ ଘରକୁ ଘର ବୁଲି ବଜ୍ୟବସ୍ତୁ ସଂଗ୍ରହ କରିବେବୋଲି ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ପଣ୍ଡା କହିଛନ୍ତି । ଏପରିକି କେତେକ ବଜ୍ୟବସ୍ତୁରୁ ଜୈବିକ ସାର ସଂଗ୍ରହ କରାଯିବା ସହ ମାଟିରେ ମିଶୁନଥିବା ବଜ୍ୟବସ୍ତୁ ଗୁଡିକ ଅନତ୍ୟ ରଖାଯାଇ ଏହା ନଷ୍ଟ କରାଯିବ ବୋଲି ଶ୍ରୀ ପଣ୍ଡା କହିଥିଲେ । ଏବେ ଏହି ଗାଡି ଗୁଡିକର ଦାୟତ୍ୱ ପଞ୍ଚାୟତରେ ଥିବା ମହିଳା ଗୋଷ୍ଠୀ ମାନଙ୍କୁ ଦିଆଯାଇଛି । ଆଗାମୀ ୨୦୨୩ରେ ହକୀ ଖେଳ ପାଇଁ ଜାତୀୟ ୩୧୬ ରାଜପଥର ପଟ୍ଟନାୟିକିଆ ଠାରୁ ସମଜାଦପୁର ଓଭରବିଜ୍ର ପର୍ଯ୍ୟନ୍ତ ରାସ୍ତାର ଉଭୟ ପାଶ୍ୱରେ ଥିବା ସମସ୍ତ  ଦେକାନ ମାନଙ୍କରୁ ବଜ୍ୟବସ୍ତୁ ସଂଗ୍ରହ କାର୍ଯ୍ୟକରାଯାଉଛି । ଆଗାମୀ ଦିନରେ ଏହି ଟ୍ରଲି ପଞ୍ଚାୟତରେ ବୁଲିବ ବୋଲି ଏବିଡିଓ ଶ୍ରୀ ପ୍ରଧାନ କହିଥିଲେ  ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୪/୧୨/୨୦୨୨---୭,୧୦   Sakhigopal News, 24/12/2022

Blog Archive

Popular Posts