ବାଙ୍କୀ ଥାନା ରେ ସାଧାରଣ ଜନତା ଙ୍କୁ ନ୍ୟାୟ ବଦଳ ରେ ଜୁଲୁମ୍ ; ଖାକୀ ପୋଷାକ ର ଅପବ୍ୟବହାର
କଟକ - ଗତ ୨୦ ରିଖ ମଙ୍ଗଳ ବାର ଦିନ ବରହମ୍ପୁର ପଞ୍ଚାୟତ ବିଲିତେନ୍ତୁଳିଆ ଗ୍ରାମର ଗୀତାଞ୍ଜଳୀ ସାମଲ ଉକ୍ତ ଗ୍ରାମର କାଞ୍ଚନ ସାମଲ ସ୍ୱା - ରତ୍ନାକର ସାମଲ ଙ୍କ ବିରୋଧରେ ବାଙ୍କୀ ଥାନାର ଏ ଏସ ଆଇ ପ୍ରମୋଦ ସ୍ୱାଇଁ ଙ୍କୁ ଏକ ଏତଲା ପ୍ରଦାନ କରିଥିଲେ । ଉକ୍ତ ଲିଖିତ ଏତଲା ଏବଂ ଏତଲା କାରିଣୀ ଗୀତାଞ୍ଜଳୀ ସାମଲ ଙ୍କ ବୟାନରୁ ଯାହା ଜଣାଯାଏ କି ଗୀତାଞ୍ଜଳୀ ଙ୍କ ଶଶୁର ମୃତ୍ୟୁ ପରେ ତାଙ୍କ ଶାଶୂ ମାନସିକ ଭାରସାମ୍ୟ ହରାଇ ମାନସିକ ବିକାର ଗସ୍ତ ହୋଇଯାଇଛନ୍ତି । ଅନେକ ସମୟରେ ଗାଳିଗୁଲଜ କରିବା ସହିତ ମନକୁ ମନ ବାର୍ତ୍ତାଳାପ କରନ୍ତି । ବିଲିତେନ୍ତୁଲିଆ ଗ୍ରାମର କାଞ୍ଚନ ସାମଲ ୨୦ ତାରିଖ ମଙ୍ଗଳ ବାର ଦିନ ଗୀତାଞ୍ଜଳୀ ଙ୍କ ଶାଶୂ ଅମରି ସାମଲଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରୁଥିବା ସମୟ ରେ ଗୀତାଞ୍ଜଳୀ ପ୍ରତିବାଦ କରିଥିଲେ । ତାଙ୍କ ପ୍ରତିବାଦ ରେ ଉତ୍କ୍ଷିପ୍ତ ହୋଇ କାଞ୍ଚନ ସାମଲ ତାଙ୍କ ଝିଅ ବର୍ଷା ସାମଲ ଯୁଆଁଇ ବିଭୂତି ସାମଲ ଙ୍କୁ ସାଙ୍ଗରେ ନେଇ ଗୀତାଞ୍ଜଳୀ ଙ୍କ ଘରେ ପଶି ମାଡ ମାରିବା ସହିତ ଲୁଗାପଟା ଚିରିଥିଲେ । ଧମକ ଦେଇଥିଲେ ବମ୍ ପକାଇ ଦେବେ ବୋଲି । ଏ ଏସ ଆଇ ପ୍ରମୋଦ ସ୍ୱାଇଁ ଉଭୟଙ୍କ ସହ କଥା ହୋଇ ସମସ୍ୟା ର ଆପୋଷ ସମାଧାନ ୨୩ ରିଖ ଶୁକ୍ରବାର କୁ ଧାର୍ଯ୍ୟ କରିଥିଲେ । କିନ୍ତୁ ୨୧ ରିଖ ଦିନ ପୁନର୍ବାର ଦ୍ୱିତୀୟ ପକ୍ଷ ଗଣ୍ଡଗୋଳ କରିଥିଲେ । ଯାହାଦ୍ବାରା ଗୀତାଞ୍ଜଳୀ ଭୟଭୀତ ହୋଇ ଏ ଏସ ଆଇ ପ୍ରମୋଦ ସ୍ୱାଇଁ ଙ୍କୁ ଥାନାରେ ପୁନର୍ବାର ଭେଟି ଥିଲେ । ଏ ଏସ ଆଇ ଗୀତାଞ୍ଜଳୀ ଙ୍କୁ କଣ କହିଲେ ଆସନ୍ତୁ ଶୁଣିବା ତାଙ୍କ ଠାରୁ । ( ଭିଡିଓ ) ଗୀତାଞ୍ଜଳୀ ସାମଲ ଙ୍କ ପିଲାମାନେ ଭୟରେ ସ୍କୁଲ ଯାଇପାରୁ ନାହାନ୍ତି । ଯାହାଦ୍ବାରା ସେମାନଙ୍କ ଭବିଷ୍ୟତ ନଷ୍ଟ ହେଉଛି । ଗୀତାଞ୍ଜଳୀ ଙ୍କ ଛୋଟ ଶୁଖି ପରିବାରରେ ଅଶାନ୍ତିର କଳା ବାଦଲ କାହା ପାଇଁ ? କିଏ ଦେବ ତାଙ୍କ ପରିବାରକୁ ସୁରକ୍ଷା ? । ଏହା କଣ ପୋଲିସ ର ଜନସାଧାରଣ ଙ୍କ ସହ ବନ୍ଧୁତା ? । ଆଗାମୀ ଦିନରେ ଦେଖିବା ଦୋଷୀ ଦଣ୍ଡ ପାଉଛି ନା ନିର୍ଦ୍ଧୋଷୀ କି ନ୍ୟାୟ ପାଉଛି ଦେଖିବା ପାଇଁ ଜଣସାଧାରଣ ଅପେକ୍ଷା କରିଛନ୍ତି।
କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ସହ ବାଙ୍କୀରୁ ରମେଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ ,୨୩/୧୨/୨୦୨୨---୯,୧୦ Sakhigopal News,23/12/2022