ରେଙ୍ଗାଲୀ ପାଲଟିଛି ମଥୁରା ନଗରୀ ; କଂସ ଦରବାର ରେ ମଣ୍ଡି ପ୍ରସଙ୍ଗ
ବଲାଙ୍ଗୀର---- ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ବ୍ଲଳ ଅନ୍ତର୍ଗତ କୁଇକେଡ଼ା ପଞ୍ଚାୟତର ହାଇସ୍କୁଲ ପଡିଆ ଠାରେ କଂସ ଦରବାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ମନ୍ତ୍ରୀ ସୁରେଦ୍ର ସିଂ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ । ବ୍ଲଳ ଉପାଧ୍ୟାକ୍ଷା ଗୁଣସାଗାର ମାଝୀ ଓ କୁଇକେଡ ସମିତି ସଭ୍ୟ ଚାନ୍ଦୁଲାଲ ଭୋଇ ଓ କଂଗ୍ରେସ ଯୁବନେତା ଅମିତ ରଥ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ମହାରାଜ କଂସ ଙ୍କୁ ଶ୍ରୀ ସିଂ ଭୋଇ ଅଭିଯୋଗ କରିଥିଲେ ଯେ ମଥୁରା ନଗର ମଣ୍ଡି ରେ ଆଠ ରୁ ଦଶ କେଜି ଧାନ କାଟୁଛନ୍ତି ଓ ଚାଷୀ ଙ୍କ ବୀମାଟଙ୍କା ଆଜିଯାଏ ପାଇ ନାହାନ୍ତି ବୋଲି କହିଥିଲେ । ମହାରାଜ କଂସ ଏସବୁ ଅଭିଯୋଗ ଶୁଣିକି କହି ଥିଲେ ଯେ ମୁ ଯଥା ଶୀଘ୍ର ମନ୍ତ୍ରୀମଣ୍ଡଳୀ ଙ୍କୁ ଚିଠି କରିବି । ତୁରନ୍ତ ଏହାର ସମାଧନ ହେବ ବୋଲି ମହାରାଜା କଂସ କହିଥିଲେ । ଶ୍ରୀ ସୁରେନ୍ଦ୍ର ସିଂ ଭୋଇ ଙ୍କୁ ମହାରାଜ କଂସ ଆଦେଶ ଦେଲେ ଯେ ତମେ ମଥୁରା ନଗର ର ସବୁମଣ୍ଡି କୁ ପରିକ୍ରମା କରି ମୋ ଚାଷୀ ମାନଙ୍କ ର ସୁବିଧା ଅସୁବିଧା ସମ୍ପର୍କରେ ଶିଘ୍ର ଜଣାଇବାକୁ ମହାରାଜ କଂସ ଆଦେଶ ଦେଇଥିଲେ।
ଅନ୍ୟପକ୍ଷେ ମିନାବଜାର ଓ କୋଣାର୍କ ଅପେରା ଦର୍ଶକ ଙ୍କ ମୁଖ୍ୟ ଆକର୍ଷଣ ହୋଇଛି। ଦରବାର ସ୍ଥଳରେ ନାନା ରକମର ଦୋଳି, ମ୍ୟାଜିକ ସୋ, ଠୁଁଙ୍କା ପୁରୀ, ସ୍ଵାଦିଷ୍ଟ ମିଠା ଏବଂ ବିଭିନ୍ନ ଫାଷ୍ଟ ଫୁଡ ଖାଇବାକୁ ଗ୍ରାହକଙ୍କ ଭିଡ ଲାଗିରହିଛି।ଜୟ ଲକ୍ଷ୍ମୀ କ୍ଲବ ରେଙ୍ଗାଲୀ ପଟେଲ ପଡ଼ା ର ସଭ୍ୟ ଶ୍ରୀକୃଷ୍ଣ ପଟେଲ, କୌତୁକ ପଟେଲ,ମହେନ୍ଦ୍ର ପଟେଲ, ଭାଗବତିଆ ପଟେଲ, ପ୍ରମୋଦ ପଟେଲ, ଜଗତଲାଲ ପଟେଲ, ମହେନ୍ଦ୍ର ପଟେଲ ପ୍ରମୁଖ ଓ ଜୟ ଲକ୍ଷ୍ମୀ କ୍ଲବ ର ସଦସ୍ୟା କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।
ବଲାଙ୍ଗିର ରୁ ରଞ୍ଜନ କୁମାର ବାଗ ରିପୋର୍ଟ,୨୬/୧୨/୨୦୨୨---୨,୪୦ Sakhigopal News,26/12/2022