ଚକରା ବିଷୋୟୀ ଜୟନ୍ତୀ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ
ଭଞ୍ଜନଗର--- ସ୍ଥାନୀୟ ଉପଜିଲ୍ଲାପାଳ ଶ୍ରୀ ଜ୍ୟୋତିଶଙ୍କର ରାୟଙ୍କ ଅଧ୍ୟକ୍ଷତାରେ ଚକରା ବିଷୋୟୀଙ୍କ ୨୦୦ତମ ଜନ୍ମଜୟନ୍ତୀ ପାଳନ ନିମନ୍ତେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଚକରା ବିଷୋୟୀ ସାଂସ୍କୃତିକ କ୍ରିୟାନୁଷ୍ଠାନ କମିଟିର ସଭାପତି ଶ୍ରୀ ଜଗବନ୍ଧୁ ଜେନା, ଏସପିଙ୍କ ପ୍ରତିନିଧି ଶ୍ରୀ ପଞ୍ଚାନନ ପାଳ, ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶ୍ରୀ ଶୁଳପାଣି ଶତପଥୀ, ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଆଶୁତୋଷ ଗୌରବ କର ଓ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଗୌରୀ ଶଙ୍କର ଶତପଥୀ ଯୋଗ ଦେଇଥିଲେ । ଏହି ଉତ୍ସବ ଆସନ୍ତା ୦୧-୦୧-୨୦୨୩ ରିଖରେ ଭଞ୍ଜନଗର ସହର ବାଇପାସ ଚକରା ବିଷୋୟୀ ଛକ ପାର୍କଠାରେ ଅପରାହ୍ନରେ ଅନୁଷ୍ଠିତ ହେବ। ଉପଜିଲ୍ଲାପାଳ ଶ୍ରୀ ରାୟ ଉକ୍ତ ଚକରା ବିଷୋୟୀ ଜୟନ୍ତୀକୁ ସରସ ସୁନ୍ଦର କରି ପାଳନ କରିବା ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୧/୧୨/୨୦୨୨---୧୨,୪୫ Sakhigopal News,21/12/2022