Breaking News

ମହିଳା ମହାବିଦ୍ୟାଳୟରେ ଶୀତ କାଳୀନ ସ୍ବତନ୍ତ୍ର ସେବା ଶିବିର


 
ଭଞ୍ଜନଗର--- ଭଞ୍ଜନଗର ସ୍ଥାନୀୟ ସାବିତ୍ରୀ ମହିଳା ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ପକ୍ଷରୁ ସାତ ଦିନିଆ ସ୍ବତନ୍ତ୍ର ସେବା ଶିବିର ଶନିବାର ଉଦଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କେଏସୟୂବି କଲେଜର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର କୃତିବାସ ବିଶ୍ବାଳ ଜାତୀୟ ସେବା ଯୋଜନା ଦ୍ବାରା ଛାତ୍ରୀ ମାନେ ସମାଜ ସେବା ସହ ଅନେକ ସାମାଜିକ କାର୍ଯ୍ୟ ସଂପର୍କରେ ଜ୍ଞାନ ଆହରଣ କରିପାରିବେ ବୋଲି ଉଲ୍ଲେଖ କରିଥିଲେ। ଯାହାକି ପରବର୍ତ୍ତୀ ସମୟରେ ନିଜ ନିଜର ଜୀବନ କ୍ଷେତ୍ରରେ ଯଥେଷ୍ଟ ସହାୟକ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ। ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ଡକ୍ଟର ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ଏଥିରେ ଯୋଗ ଦେଇ ସ୍ବେଛାସେବିନୀ ମାନେ ଏହି ୭ ଦିନରେ ଅନେକ କିଛି ଶିକ୍ଷା ଲାଭ କରିପାରିବେ ବୋଲି ଉଲ୍ଲେଖ କରି ଯାହାକି ସେମାନଙ୍କ ଭବିଷ୍ୟତ ଗଠନରେ ସହାୟକ ହୋଇପାରିବ ବୋଲି ଉଲ୍ଲେଖ କରିଥିଲେ। ସେବା ହିଁ ମନକୁ ଶାନ୍ତି ଦେଇଥାଏ। ଏଣୁ ସ୍ବେଛାସେବିନୀ ମାନେ ସେବାକୁ ନିଜ ଜୀବନର ବ୍ରତ ଭାବରେ ଗ୍ରହଣ କରିବା ଉଚିତ ବୋଲି ଅଧକ୍ଷ ଡଃ ଜୟରାମ ସେନାପତି ନିଜର ସଭାପତିତ୍ବ ଅଭିଭାଷଣ ରେ ଗୁରୁତ୍ୱାରୋପ କରିଥିଲେ। 
       ପ୍ରାରମ୍ଭରେ ଯୋଜନା ଅଧିକାରିଣୀ ଜୟଲକ୍ଷ୍ମୀ ରଥ ଜାତୀୟ ସେବା ଯୋଜନା ର ଆଭିମୁଖ୍ୟ ଉପରେ ସ୍ବେଚ୍ଛାସେବିନୀ ମାନଙ୍କୁ ବୁଝାଇଥିଲେ। ସେହିପରି ମହାବିଦ୍ୟାଳୟ ର ଅଧ୍ୟାପକ,ଅଧ୍ୟାପିକା ସୁବାସିନୀ ଦେବୀ, ପ୍ରଭାତି ମିଶ୍ର, ଶ୍ରେୟା ପ୍ରଧାନ ଓ ପଙ୍କଜ ଦାଶ ପ୍ରମୁଖ ଶିବିରରେ ଉପସ୍ଥିତ ରହି ସ୍ବେଚ୍ଛାସେବିନୀ ମାନଙ୍କୁ ମାର୍ଗ ଦର୍ଶନ କରାଇଥିଲେ। ଶେଷରେ ଅନ୍ୟତମ ଯୋଜନା ଅଧିକାରୀ ପ୍ରେମଚାନ୍ଦ ମଲ୍ଲିକ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ୭ ଦିନ ରେ ବିଭିନ୍ନ ପ୍ରକାର ସେବା ଭିତ୍ତିକ କାର୍ଯ୍ୟକ୍ରମ ସହ ଛାତ୍ରୀମାନଙ୍କ ବୈ।ଦ୍ଧିକ ବିକାଶ ପାଇଁ ସମସ୍ତ ପ୍ରକାର କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ଯୋଜନା ଅଧିକାରୀ ପ୍ରେମଚାନ୍ଦ ମଲ୍ଲିକ ଉଲ୍ଲେଖ କରିଛନ୍ତି। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୫/୧୨/୨୦୨୨---୯,୫୦ Sakhigopal News,25/12/2022

Blog Archive

Popular Posts