ବାଲିଗୁଡା ଆଦିବାସୀ ମହାବିଦ୍ୟାଳୟ ଠାରେ ମେଗା ସ୍ୱାସ୍ଥ୍ୟ ଶିବିର
କନ୍ଧମାଳ--- ବାଲିଗୁଡା ଆଦିବାସୀ ମହାବିଦ୍ୟାଳୟ ଠାରେ କନ୍ଧମାଳ ସାଂସଦ ଡ଼ଃ ଅଚ୍ୟୁତ ସାମନ୍ତ ଙ୍କ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଅଛି l କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଳିକ, ବାଲିଗୁଡା ବିଧାୟକ ଚକ୍ରମଣୀ କଂହର, କନ୍ଧମାଳ ସାଂସଦ ଙ୍କ ପ୍ରତିନିଧି ଦେବେନ୍ଦ୍ର ସାମଲ,ବାଲିଗୁଡା ଉପଜିଲ୍ଲାପାଳ ଏମ. ଏସ ମଧୁସ୍ମିତା, କନ୍ଧମାଳ ସାଂସଦ ଙ୍କ ବାଲିଗୁଡା ପ୍ରତିନିଧି ଟୁନା ଦାସ, ବାଲିଗୁଡା ଏସ.ଡି. ପି.ଓ ଜି. ଆର ରାଘବେନ୍ଦ୍ର ଏହି ମେଗା ସ୍ୱାସ୍ଥ୍ୟ ସେବା ଶିବିର ର ଶୁଭାରମ୍ଭ କରିଥିଲେ l କନ୍ଧମାଳ ସାଂସଦ ଡ଼ଃ ଅଚ୍ୟୁତ ସାମନ୍ତ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଏହି ବିଶାଳ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଓ ମାଗଣା ଔଷଧ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଅଛି l ଏଥିରେ ଭୁବନେଶ୍ୱର କୀମସ ର ଅଭିଜ୍ଞ ଡାକ୍ତର ଓ ବିଶେଷଜ୍ଞ ତଥା ସ୍ୱାସ୍ଥ୍ୟକର୍ମୀ ଯୋଗ ଦେଇ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ମାଗଣା ଔଷଧ ବଣ୍ଟନ କରିଥିଲେ l କନ୍ଧମାଳ ସାଂସଦ ଡ଼ଃ ଅଚ୍ୟୁତ ସାମନ୍ତ ଙ୍କ ଏହି ମେଗା ସ୍ୱାସ୍ଥ୍ୟ ସେବା ଶିବିର ରେ ମେଡ଼ିସିନ, ଶିଶୁ ରୋଗ, ଚର୍ମ ରୋଗ, ଶ୍ୱାସ ରୋଗ, ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି, ନେଫ୍ରୋଲୋଜି, ସର୍ଜରୀ, ଅର୍ଥପେଡିକ୍ସ, ସ୍ତ୍ରୀ ଓ ପ୍ରସୂତି ରୋଗ, ମାନସିକ ରୋଗ, ଚକ୍ଷୁ ରୋଗ, କର୍ଣ୍ଣ ନାସା ଓ ଗଳା ରୋଗ ଏବଂ ରେଡିଓଲୋଜି ବିଭାଗ ର ବହୁ ଅଭିଜ୍ଞ ଡାକ୍ତର ରୋଗୀଙ୍କୁ ସେବା ପ୍ରଦାନ କରିଥିଲେ l ଏଥିସହ ଏହି ଶିବିର ରେ ଯୋଗ ଦେଇଥିବା ରୋଗୀ ମାନଙ୍କୁ ବିନା ମୂଲ୍ୟ ରେ ବିଭିନ୍ନ ପ୍ରକାର ର ପରୀକ୍ଷା କରାଯାଇଥିଲା l କନ୍ଧମାଳ ଜିଲ୍ଲା ର ଅଧିକ ରୁ ଅଧିକ ଲୋକଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଯୋଗେଇଦେବା ନିମନ୍ତେ ସାଂସଦ ଡ଼ଃ ଅଚ୍ୟୁତ ସାମନ୍ତ ପ୍ରୟାସ ଜାରି ରଖିଛନ୍ତି l ପୂର୍ବ ରୁ କୀମସ ଭୁବନେଶ୍ୱର ପକ୍ଷରୁ ଏହି ସ୍ୱାସ୍ଥ୍ୟ ସେବା ଶିବିର କାର୍ଯ୍ୟକ୍ରମ ନିରନ୍ତର ଚାଲି ଆସୁଥିଲେ ମଧ୍ୟ କୋଭିଡ ମହାମାରୀ ଯୋଗୁଁ ଏହା ସ୍ଥଗିତ ରହିଥିଲା l କନ୍ଧମାଳ ସାଂସଦ ଡ଼ଃ ଅଚ୍ୟୁତ ସାମନ୍ତ ଙ୍କ ପରାମର୍ଶ କ୍ରମେ ଏହା ପୁନଃବାର ଆରମ୍ଭ କରାଯାଇଛି l ତେବେ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଯୋଗେଇଦେବା ନେଇ କନ୍ଧମାଳ ସାଂସଦ ଡ଼ଃ ଅଚ୍ୟୁତ ସାମନ୍ତ ଙ୍କ ଏହି ପ୍ରୟାସ କୁ ଜନସାଧାରଣ କୃତଜ୍ଞତା ଜଣେଇଛନ୍ତି l
କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୧୮/୧୨/୨୦୨୨--୮,୧୫ Sakhigopal News,18/12/2022