Breaking News

କେତକୀପାଟଣା ନୋଡାଲ ଉଚ୍ଚ ବିଦ୍ୟାଳୟ ରେ ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ‌




 ସାକ୍ଷୀଗୋପାଳ -----  ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ କେତକୀପାଟଣା ନୋଡାଲ ଉଚ୍ଚ  ବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ର ସଦସ୍ୟ ଙ୍କ ଦ୍ୱାରା ରବିବାର ସୁବର୍ଣ୍ଣ ଜୟନ୍ତୀ ଓ ପଞ୍ଚମ ବର୍ଷ ସ୍ମାରକୀ ଉତ୍ସବ ପ୍ରସ୍ତୁତି ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।  ବୈଠକ ରେ ପୁରାତନ ଛାତ୍ର ସଂସଦ ର ସଭାପତି ଅବସରପ୍ରାପ୍ତ ଶିକ୍ଷକ ଯୁଗଳ କିଶୋର ସାହୁ ସଭାପତିତ୍ୱ କରିଥିଲେ । ଅବସରପ୍ରାପ୍ତ ଶିକ୍ଷକ ଗୋବିନ୍ଦ ଫାରକ, ଶିକ୍ଷକ ମହେଶ୍ୱର ବେହେରା, ରଜନୀକାନ୍ତ ପାତ୍ର, କେତକୀପାଟଣା ଉଚ୍ଚ ବିଦ୍ୟାଳୟର ମୋ ସ୍କୁଲ ଅଧକ୍ଷ ତଥା ଆଇନଜୀବୀ ବୈଦ୍ୟନାଥ ପାଣି ଙ୍କ ସମେତ ବିଦ୍ୟାଳୟ ର ସମସ୍ତ ପୁରାତନ ଛାତ୍ର ଉପସ୍ଥିତ ଥିଲେ । ଆସନ୍ତା ଡିସେମ୍ବର 28ତାରିଖ ବୁଧବାର ଦିନ ପଞ୍ଚମ ସ୍ମାରକୀ ଉତ୍ସବ ପାଳନ କରାଯିବ ବୋଲି ବୈଠକରେ ସବସମ୍ମତିକ୍ରମେ ନିଷ୍ପତି ନିଆଯାଇଛି। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୮/୧୨/୨୦୨୨---୬,୧୫ Sakhigopal News,18/12/2022

Blog Archive

Popular Posts