Breaking News

ଡିଏଭି ପବ୍ଲିକ୍ ସ୍କୁଲରେ ୩ୟବାର୍ଷିକ ଉତ୍ସବ ପାଳିତ



ଭଞ୍ଜନଗର;- ଡିଏଭି ପିଟି.ଏସ୍ .ଆର୍ ପବ୍ଲିକ୍ ସ୍କୁଲ ପରିସରରେ ୩ୟ ବାର୍ଷିକଉତ୍ସବ ପାଳନ କରାଯାଇଥିଲା ।ଏହି ଉତ୍ସବରେ ଭଞ୍ଜନଗର ସହରର ଉପଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ମୁଖ୍ୟ ଅତିଥି ରୂପେ ତଥା ପରିବହନ ବିଭାଗର ରାଟିଓ ଶ୍ରୀ ଶୁଭେନ୍ଦୁ କୁମାର ରାୟ ତତ୍ ସହିତ ଏହି ଅଞ୍ଚଳର ବିଭିନ୍ନ  ସମାଜସେବୀ ଓ ବିଦ୍ୟାଳୟର ସଭାପତି ଶ୍ରୀ ଅମରନାଥ ରଥ ଯୋଗଦାନ କରିଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ବାସୁଦେବ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା ।ବିଦ୍ୟାଳୟର ସମସ୍ତ ତଥା ଏଲ୍ .କେ.ଜି ଶ୍ରେଣୀଠାରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତଶ୍ରେଣୀର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ  । କାର୍ଯ୍ୟକ୍ରମର ପ୍ରାରମ୍ଭରେ ବିଦ୍ୟାଳୟର ଦଶମ ଶ୍ରେଣୀଯଥା‐କ୍ରମାଗତ ୪ବର୍ଷଧରି ଯେଉଁ ଛାତ୍ରଛାତ୍ରୀମାନେ ସିବିଏସଇ ଦଶମ ପରୀକ୍ଷାରେ ପ୍ରଥମ ଶ୍ରେଷ୍ଠ ନମ୍ବର ପ୍ରାପ୍ତି କରିଥିବା ଛାତ୍ରଛାତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ସହ ପୁରସ୍କାର ,ପ୍ରମାଣପତ୍ର ତତ୍ ସହିତ ଦୁଇହଜାର ଟଙ୍କା ଲେଖାଏଁ ସମସ୍ତ ଶିକ୍ଷାର୍ଥୀଙ୍କୁ ପ୍ରଦାନ କରାଯାଇଥିଲା । ଚଳିତଶିକ୍ଷାବର୍ଷ ତଥା‐୨୦୨୧-୨୨ର ଦଶମ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ‐ପ୍ରଥମ,ଦ୍ବିତୀୟଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ପୁରସ୍କାର ସହିତ ପ୍ରମାଣପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା ।  ଚଳିତ ଶିକ୍ଷାବର୍ଷର -୨୦୨୨-୨୩ ବାର୍ଷିକ କ୍ରୀଡ଼ାରେ ସର୍ବଶ୍ରେଷ୍ଠ ବିଜୟୀଲାଭ କରିଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଛି। ଏହି ଶିକ୍ଷାବର୍ଷରେ ଛୋଟ ଶ୍ରେଣୀରେ ପଢ଼ୁଥିବା ପିଲାମାନଙ୍କର ପିତାମାତା ତଥା ଅଭିଭାବକ ଓ ଅଭିଭାବିକା ମାନଙ୍କୁ ଅନାବଶ୍ୟକ ଜିନିଷକୁ ବ୍ୟବହାର କରି ସୁନ୍ଦର ସୁନ୍ଦର ଜିନିଷ କରିଥିବାରୁ ସେମାନଙ୍କୁ ପୁରସ୍କୃ ତ କରାଯାଇଥିଲା ।ବିଦ୍ୟାଳୟର ସଭାଧ୍ୟକ୍ଷ ଶ୍ରୀ ରଥ ଉପଜିଲ୍ଲାପାଳଙ୍କୁ ଏବଂ ପରିବହନ ବିଭାଗର ଶ୍ରୀ ରାୟଙ୍କୁ ମଞ୍ଚ ଉପରେ ସ୍ବାଗତ ସହ ସ୍ବାଗତସମ୍ବର୍ଦ୍ଧନା କରାଯାଇଥିଲା ।  ଦେଶର ସମସ୍ତ ସଂସ୍କୃତିକୁ ଆଧାରିତ କରି ନୃତ୍ୟ ସଙ୍ଗୀତ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଶ୍ରୀ ଗୋପାଳକୃଷ୍ଣ ଗୌଡ଼ ସମଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୫/୧୨/୨୦୨୨---୯,୧୦ Sakhigopal News,25/12/2022

Blog Archive

Popular Posts