Breaking News

ଆମ୍ବ ବଉଳ ଲାଗି ହେଲେ ସାକ୍ଷୀଗୋପିନାଥ

 


ସାକ୍ଷୀଗୋପାଳ ---- ପୁରୀ ଜିଲ୍ଲାର ଦୁତୀୟ ବୈଷ୍ଠବ କ୍ଷେତ୍ର ଭାବେ ସାକ୍ଷୀଗୋପିନାଥ ବେଶ ଜଣାଶୁଣା ।  ଆଜି ବକୁଳ ଅମାବାସ୍ୟା ବା ବଉଳ ଅମାବାସ୍ୟା ଭାବେ ବେଶ ଜଣାଶୁଣା । ଏହି ଅବସରରେ ସାକ୍ଷୀଗୋପିନାଥଙ୍କ ନିକଟରେ ବଉଳ ଅମାବାସ୍ୟା ପର୍ବ ପାଳିତ ହୋଇଯାଇଛି । ଠାକୁର ଘୋଡଲାଗି ହୋଇଛନ୍ତି । ସକାଳେ ମା ରାଧାରାଣୀ ଓ ପ୍ରଭୁ ଶ୍ରୀକୃର୍ଷ୍ଣଙ୍କୁ ଆମ୍ବବଉଳ ଲାଗି କରାଯାଇଥିଲା । ଦ୍ୱିପହର ଧୂପରେ  ଆମ୍ବ ବଉଳ ଖଣ୍ଡ ସହିତ ଗହମ ଗୁଣ୍ଡରେ ପ୍ରସ୍ତୁତ କରାଯାଇଥିବା ପିଠା ଠାକୁରଙ୍କୁ ଲାଗି କରାଯାଇଥଲା ବୋଲି ମନ୍ଦିର ସୁପରଭାଇଜର ବିଶ୍ୱନାଥ ମହାପାତ୍ରଙ୍କ ଠାରୁ ସୁଚନା ମିଳିଛି । ସେହିପରି ଗ୍ରାମ ମାନଙ୍କରେ ଥିବା ମଠ, ମନ୍ଦିର ଓ ଭାଗବତ ଟୁଙ୍ଗୀ ମାନଙ୍କରେ ବଉଳ ଅମାବାସ୍ୟା ପର୍ବ ପାଳିତ ହୋଇଯାଇଛି । ଘର ମାନଙ୍କରେ ଚାଉଳ ଚୁନା ନଚେତ ସୁଜିକୁ ପାଣିରେ ସିଝାଇ ସେଥିରେ ଆମ୍ବ ବଉଳ ସହିତ ନଡିଆ, ମସଲା ପୁରରେ ପ୍ରସ୍ତୁତ ପିଠା ଘର ଠାକୁର ଓ ଇସାଣରେ ଭୋଗ ଲଗାଇଥିବାର ଦେଖାଯାଇଥିଲା ।  

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୩/୧୨/୨୦୨୨---୪,୧୦   

  Sakhigopal News, 23/12/2022

Blog Archive

Popular Posts