କୃଷ୍ଣପ୍ରସାଦ ଗ୍ରାମରେ ଜମିବାଡି ଶତ୍ରୁତାରୁ ଗୁଳିକାଣ୍ଡ
ନୟାଗଡ଼--- ନୟାଗଡ଼ ଜିଲା ଇଟାମାଟି ଥାନା କୃଷ୍ଣପ୍ରସାଦ ଗ୍ରାମରେ ଜମିବାଡି ଶତ୍ରୁତାରୁ ଗୁଳିକାଣ୍ଡ ଘଟିଯାଇଛି। ଏହି ଘଟଣାରେ ଜଣେ ମୃତ ହୋଇଥିବା 5 ଜଣ ଗୁରୁତର ଆହତ ହୋଇଛନ୍ତି । କୌଣସି ଘଟଣାକୁ ନେଇ ଆଜି ଉଭୟ ଦଳ ମଧ୍ୟରେ ପ୍ରଥମେ ଯୁକ୍ତିତର୍କ ପରେ ଗୁଳିକାଣ୍ଡ ହୋଇଥିଲା। ୨ ପରିବାର ମଧ୍ୟରେ ପୂର୍ବରୁ ଥିବା ଜମିବାଡି ବିବାଦକୁ କେନ୍ଦ୍ରକରି ପ୍ରଥମେ ଯୁକ୍ତିତର୍କ ଓ ପରେ ଗୁଳିକାଣ୍ଡ ଘଟିଥିଲା । ଏଥିରେ ଅନିରୁଧ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଉଭୟ ଗୋଷ୍ଟିର 5 ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣା ଘଟିବା ପରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ ପୋଲିସ ଜଣଙ୍କୁ ଅଟକ ରଖିଛି । ଘଟଣା ସ୍ଥଳରେ ପୋଲିସ ମୂର୍ତ୍ତୟନ ସୋଫା ସହ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ନୟାଗଡ଼ ରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ , ୨୧/୧୨/୨୦୨୨---୯,୨୫ Sakhigopal News,21/20/2022