Breaking News

ଝିଅ ଗୋଟିଏ , ନିର୍ବନ୍ଧ ହେଲା ଦୁଇ ପୁଅଙ୍କ ସହିତ; ଯୈାତୁକ ପାଇଁ ଥାନାରେ ଏତଲା , ଦ୍ବିତୀୟ ଭାବି-ସ୍ବାମୀ ଫେରାର , ବାପା ଗିରଫ


ଭଞ୍ଜନଗର -- ଜଣେ ଝିଅ କୁ ନିର୍ବନ୍ଧ ହେଲେ ଦୁଇ ପୁଅ । କୋୖଳିକ ନିୟମରେ  ପ୍ରକାରେ ଏବଂ ପରିବାର ଲୋକଙ୍କ ସହମତିରେ ଜଣେ ପୁଅ ପ୍ରଥମେ ଜନୈକ ନାବାଳିକା ସହ ନିର୍ବନ୍ଧ ହୋଇଥିଲା । ପରଦିନ ସଂପୃକ୍ତ ନାବାଳିକା ଙ୍କ ଗାଁ ର ଜଣେ ପୁଅ  ଝିଅକୁ ଘରୁ ଉଠାଇନେଲା ।
ପରଦିନ ଉଠାଇ ନେଇଥିବା ଯୁବକ ଜଣକ ପୁଣି ସଂପୃକ୍ତ ନାବାଳିକା କୁ ନିର୍ବନ୍ଧ ହେଲେ । କଥା ସେତିକିରେ ଅଟକି ନଥିଲା । କିଛି ମାସ ପରେ , ବାହାଘର ଦିନ ଧାର୍ଯ୍ୟ କରିବାକୁ ଝିଅଘର ପକ୍ଷରୁ କୁହାଗଲା । ଦିନ ଧାର୍ଯ୍ୟ କରିବା ବଦଳରେ  ଦ୍ବିତୀୟ ଭାବି ସ୍ବାମୀଙ୍କ ବାପା ଆଠଲକ୍ଷ ଟଙ୍କା ଯୈାତୁକ ଦାବି କରିଥିଲେ । ଏହାପରେ ସଂପୃକ୍ତ କନ୍ୟା  ଥାନାରେ ଲିଖିତ ଅଭିଯୋଗ କରିଥିଲେ । ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଖୋଜୁଥିଲା । ହେଲେ ଭାବି ସ୍ବାମୀ ଓ ଶଶୁର ଫେରାର ହୋଇଯାଇଥିଲେ । ଶେଷରେ ଦୀର୍ଘ ବର୍ଷେ ପରେ  ଭାବି  ଶଶୁରକୁ ଭୁବନେଶ୍ୱର ରୁ ଗିରଫ କଲା ପୋଲିସ । ଗତ ୧୩-୧୨-୨୦୨୧ ରେ ଏଭଳି ଘଟଣା ଘଟିଥିଲା , ଗଂଜାମ ଜିଲ୍ଲା ତାରାସିଙ୍ଗି ଥାନା ଅନ୍ତର୍ଗତ ଗାଡିଆପଡା ଗାଁ ରେ । ଗିରଫ ଭାବି ଶଶୁର ଜଣକ ହେଲେ  ସେହି ଗାଁ ର ଶିବରାମ ନାଇକ ।  ଏନେଇ ତାରାସିଙ୍ଗି ଥାନା କେଶ୍ ନମ୍ବର ୩୭୧/୨୧ ପ୍ରକାରେ ଗିରଫ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଛି । ଏବଂ ଫେରାର ଥିବା ଭାବି ସ୍ବାମୀ ବିଘ୍ନରାଜ ବିଷୋୟୀ କୁ ପୋଲିସ ଖୋଜୁଥିବା ନେଇ ସୂଚନା ଦେଇଛନ୍ତି  ଥାନାଧିକାରୀ ପ୍ରଦୀପ୍ତ କୁମାର ଦାସ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩୦/୧୨/୨୦୨୨---୩,୪୫ Sakhigopal News,30/12/2022

Blog Archive

Popular Posts