ଅଙ୍ଗନବାଡ଼ି କର୍ମୀ ଆନ୍ଦୋଳନରେ, ଗାଁ ଗାଁ ରେ ଅଙ୍ଗନବାଡ଼ି କେନ୍ଦ୍ର ରେ ତାଲା,ଶିଶୁ ଓ ମହିଳା ହନ୍ତସନ୍ତ
ଆସୋସିଏସନ ପକ୍ଷରୁ ରାଜ୍ୟର ଅଙ୍ଗନବାଡ଼ି କର୍ମୀମାନେ ଏବେ ଆନ୍ଦୋଳନ ରେ ରହିଛନ୍ତି । ଗାଁ ଗାଁ ରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦକରି ଦୀର୍ଘ 30ଦିନରୁ ଉର୍ଦ୍ଧ୍ବ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ନିଜର ଦାବି ପୂରଣ ପାଇଁ ସିତକାକର ରେ, ରାଜ ରାସ୍ତାରେ ବସିଛନ୍ତି। ଅନ୍ୟ ପକ୍ଷେ ଗାଁରେ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ଯୋଗୁ ଛୋଟ ଛୋଟ କୋମଳ ମତି ଶିଶୁ ଓ ଗର୍ଭବତୀ, ପ୍ରସୂତି ମହିଳା ସେବା ପାଇବାରୁ ବଞ୍ଚିତ ହୋଇଛନ୍ତି। ସୂଚନା ଯୋଗ୍ୟଯେ ବିଜେଡି ସରକାରଙ୍କ ଘୋଷଣା ମାଆଙ୍କୁ ସମ୍ନାନ ଏବଂ ମହିଳାଙ୍କୁ ଅଗ୍ରାଧିକାର, ତେବେ ଏଠି ପ୍ରଶ୍ନ ହେଉଛି ଅଙ୍ଗନବାଡ଼ି କର୍ମୀମାନେ କଣ ଗାଁର ବୋହୁ ଏବଂଜଣେ ମହିଳା ନୁହେଁକି?, ତାହାଲେ ଗାଁ ଛାଡି ଭୁବନେଶ୍ୱର ରାଜରାସ୍ଥାରେ ମହିଳାମାନେ ପଡି ରହିବା ଏହା କଣ ରାଜ୍ୟ ସରକାରଙ୍କୁ ଶୋଭା ପାଉଛିକି ?। ପ୍ରକାଶ ଥାଉକି କର୍ମୀସଙ୍ଘ ପୂର୍ବରୁ ରାଜ୍ୟ ସରକାରଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ, କିନ୍ତୁ ଦାବିପୂରଣ ନ ହେଲେ ରାଜରାସ୍ତାକୁ ଓଲ୍ହାଇବେ ବୋଲି ଚେତାବନୀ ଦେଇଥିଲେ । ତେବେ ରାଜ୍ୟ ସରକାର ଉକ୍ତ ଦାବିପତ୍ର ପାଇ ମଧ୍ୟ କୌଣସି ପ୍ରକାର ପଦେକ୍ଷପ ନେଲେ ନାହିଁ, ଫଳରେ କର୍ମୀମାନେ ବାଧ୍ୟ ହୋଇ ଆନ୍ଦୋଳ କରିଛନ୍ତି । ଏବଂ ଦାବି ପତ୍ରରେ ଦର୍ଶା ଯାଇଛି ଯେ ସରକାର ସଂଘର ଆଠ ଦଫା ଦାବି ପୂରଣ ନ କରିବା ଯୋଗୁ ଡିସେମ୍ବର ମାସ 1ତାରିଖ ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଖଣ୍ଡପଡ଼ା ,ନୟାଗଡ, ଦଶପଲ୍ଲା, ନୂଆଗାଁ, ଗଣିଆ, ଭାପୁର, ରଣପୁର,ଓଡ଼ଗାଁ ଅଞ୍ଚଳରେ ଥିବା,ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦରହିଛି।।ସୂଚନାଯୋଗ୍ୟ ଯେ ଅଙ୍ଗନବାଡ଼ି କର୍ମୀଙ୍କୁ ସରକାର ସ୍ବେଚ୍ଛାସେବୀ ମାନ୍ୟତା ଦେଇ କାମ ଉପରେ କାମ ଲଦି ଦେଇଥିବା ବେଳେ, ଏମାନେ ସରକାରୀ କର୍ମଚାରୀ ମାନ୍ୟତା ପାଇବା ଦୂରର କଥା ଅଙ୍ଗନବାଡ଼ି କର୍ମୀଙ୍କୁ ଶ୍ରମିକ ହାରରେ ମଧ୍ୟ ପ୍ରାପ୍ୟ ମିଳୁ ନାହିଁ। ମାତ୍ର ମାସିକ ପାରିଶ୍ରମିକ ମିଳୁଛି ସାତ ହଜାର ପାଞ୍ଚଶହ ଟଙ୍କା।ସରକାରଙ୍କ ଜଣେ ଚତ୍ରୁଥ ଶ୍ରେଣୀ କର୍ମଚାରୀ ଓ ରାତ୍ର ଜଗୁଆଳି, ସର୍ବ ନିମ୍ନ ବେତନ20ହଜାରରୁ ଅଧିକ ପାଉଥିବା ବେଳେ ଅନାନ୍ୟ ସୁବିଧା ସୁଯୋଗ ପାଇଥାନ୍ତି।କିନ୍ତୁ ଅଙ୍ଗନବାଡ଼ି କର୍ମୀ ବିଭିନ୍ନ ପ୍ରକାରର କାମ କରୁଥିବା ବେଳେ ଦୀର୍ଘ45ବର୍ଷ ଧରି ଦାବି କରି ମାତ୍ର ସ୍ୱଳ୍ପ ପାରିଶ୍ରମିକ ଭତା ମିଳୁଛି। ଅଙ୍ଗନବାଡ଼ି କର୍ମୀରୁ ପ୍ରମୋସନ ପାଇ ସୁପର ଭାଇଜର ହେଲେ ସରକାରୀ କର୍ମଚାରୀ ମାନ୍ୟତା ମିଳୁଛି,, କିନ୍ତୁ ଅଙ୍ଗନବାଡ଼ି କର୍ମୀଙ୍କ ଭାଗ୍ୟରେ ନାହିଁ ସରକାରୀ କର୍ମଚାରୀ ମାନ୍ୟତା। କେନ୍ଦ୍ର ହୁଅନ୍ତୁ କିମ୍ବା ରାଜ୍ୟ ସରକାର, ଚାହିଁଲେ ଅଙ୍ଗନବାଡ଼ି କର୍ମୀ ସରକାରୀ କର୍ମଚାରୀ ହେବାରେ ଅସୁବିଧା ହୁଅନ୍ତା ନାହିଁ ଯଦି କର୍ମଚାରୀ ନହୋଇ ପାରୁଛନ୍ତି ତାହେଲେ ତାଙ୍କୁ ଶ୍ରମିକ ମାନ୍ୟତା ଦେବାରେ ଅସୁବିଧା ରହୁଛି କେଉଁଠି।।ପ୍ରଶ୍ନ ହେଉଛି ଯେ ଅଙ୍ଗନବାଡ଼ି କର୍ମୀ କାହାର, ରାଜ୍ୟର ନା କେନ୍ଦ୍ରର।,ଯଦି କେନ୍ଦ୍ରର, ତାହେଲେ, ରାଜ୍ୟ ଅଧିକ କାମ ଦେଉଛନ୍ତି କାହିଁକି,,କେନ୍ଦ୍ର ସରକାର ଅଙ୍ଗନବାଡ଼ି କର୍ମୀଙ୍କୁ କଣ ଉଦେଶ୍ୟ ରଖି କର୍ମଚାରୀ ମାନ୍ୟତା ପ୍ରଦାନ କରୁନାହାନ୍ତି, ଏହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଯଦି ରାଜ୍ୟ ସରକାର ଙ୍କ ଅଧୀନରେ ଅଙ୍ଗନବାଡ଼ି କର୍ମୀମାନେ କାର୍ଯ୍ୟ କରୁଛନ୍ତି ତାହାଲେ ରାଜ୍ୟ ସରକାର ତାଙ୍କ ଦାବିକୁ ପୂରଣ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି କାହିଁକି।ଆନ୍ଦୋଳନ ଯୋଗୁକେନ୍ଦ୍ର ଯେଉଁ ବନ୍ଦ ରହିଛିଏଥିପାଇଁ ଛୋଟ ଛୋଟ ପିଲାଏବଂ ଗର୍ଭବତୀ ପ୍ରସୂତି ମହିଳା ମାନେ ଅସୁବିଧାରେ ରହିଛନ୍ତି ଏଥିପାଇଁ, ବିଜେପି ଓ ବିଜେଡି ସରକାର ଉତ୍ତର ଦାୟିତ୍ୱ ନୁହେଁକି । ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୨୬/୧୨/୨୦୨୨---୭,୨୫ Sakhigopal News,26/12/2022