Breaking News

ଓଷ୍ଟା ପକ୍ଷରୁ ସତ୍ଯବାଦୀ ରେ ବ୍ଲକ ସ୍ତରୀୟ ଶିଶୁମେଳା

 

ସାକ୍ଷୀଗୋପାଳ-----  ସତ୍ଯବାଦୀ ବ୍ଳକ ଅନ୍ତର୍ଗତ  ପଞ୍ଚସଖା ହାଇସ୍କୁଲ ବନପୁର ଠାରେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ଆନୁକୂଲ୍ୟରେ ବ୍ଲକ ସ୍ତରୀୟ ଶିଶୁମେଳା  ଅନୁଷ୍ଠିତ ହୋଇଯାଇଛି।  ପ୍ରାକ୍ତନ ସଭାପତି ଦୁର୍ଗାପ୍ରସାଦ ମିଶ୍ର ଯୋଗଦେଇ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।  ଶିଶୁ ମେଳାରେ ବ୍ଲକ ଅଧିନ ସମସ୍ତ ଉଚ୍ଚବିଦ୍ୟାଳୟରୁ ଛାତ୍ରଛାତ୍ରୀ ମାନେ ଯୋଗଦାନ କରି ନୃତ୍ୟ, ସାଧାରଣ ଜ୍ଞାନ, କୁଇଜ୍, ଚିତ୍ରାଙ୍କନ, ଓ ଅଭିନୟ ଆଦି ଇଭେଣ୍ଟରେ ଅଂଶ ଗ୍ରହଣ କରିଥିଲେ। ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଉଦଯାପନୀ ତଥା ପୁରସ୍କାର ବିବରଣ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଓଷ୍ଟାର ବ୍ଲକ ସମ୍ପାଦକ ଲିଙ୍ଗରାଜ ସାହୁ, ଶିକ୍ଷା ପ୍ରଦୀପ ଓଷ୍ଟାର ଶଙ୍କର ସୁବୁଦ୍ଧି, ପ୍ରାକ୍ତନ ସଭାପତି ଦୁର୍ଗାପ୍ରସାଦ ମିଶ୍ର, ବ୍ଲକ ସଭାପତି ସ୍ମୃତି ରଞ୍ଜନ ଦାସ, ଜିଲ୍ଲା ସଭ୍ୟ ସରୋଜ ନାୟକ,ପ୍ରଧାନ ଶିକ୍ଷକ ମୋହନ ପ୍ରଧାନ ପ୍ରମୁଖ ଯୋଗଦାନ କରିଥିଲେ। ଶିଶୁ ମେଳାରେ ସରକାରୀ ଉଚ୍ଚ ବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ଶେଷରେ ଯୁଗ୍ମ ସେକ୍ରେଟାରୀ ବିଭୁପ୍ରସାଦ ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ ,୨୧/୧୨/୨୦୨୨----୮,୧୦ Sakhigopal News,21/12/2022

Blog Archive

Popular Posts