Breaking News

କଳା ଏବଂ ହସ୍ତଶୀଳ୍ପ ସାମାଜିକ ଅନୁଷ୍ଠାନ ପକ୍ଷରୁ "ବଡ ଦିନ ' ପାଳନ




ଜଟଣୀ --ଆଜି ଡ଼ିସେମ୍ବର ମାସ ୨୫ ତାରିଖ ଖ୍ରୀଷ୍ଟିଆନ ସମ୍ପ୍ରଦାୟଙ୍କ ଏକ ପବିତ୍ର ଦିନ ଅଟେ l ପ୍ରତେକ ବର୍ଷ ଏହି ଦିନ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ କୁ ସ୍ମରଣ କରିବା ପାଇଁ ପାଳନ କରାଯାଏ l ଖ୍ରୀଷ୍ଟିଆନ ମାନଙ୍କ ବିଶ୍ୱାସ କରନ୍ତି ଯୀଶୁ ହେଉଛନ୍ତି ଈଶ୍ୱରଙ୍କ ପୁତ୍ର l ସେ ଭକ୍ତ ମାନଙ୍କ ସୁରକ୍ଷା ପାଇଁ ଏହି ଦିନ ଧରାପୃଷ୍ଟକୁ ଧରାବତରଣ କରିଥିଲେ ବୋଲି ଦୃଢ଼ ବିଶ୍ୱାସ ରହିଛି l ତେଣୁ ସାରା ବିଶ୍ୱରେ ଏହି ଦିନଟିକୁ ବଡ଼ ଧୂମଧାମରେ ପାଳନ କରାଯାଏ l ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ହାଟବଜାର ନିକଟସ୍ଥ ଗୋପୀନାଥ ପୁର ଠାରେ ଥିବା ଈଶ୍ୱର ରାଓ କଳା ଏବଂ ହସ୍ତଶୀଳ୍ପ ସାମାଜିକ ଭିତ୍ତିଭୂମି ବିଶ୍ୱାସ ଅନୁଷ୍ଠାନ ତରଫରୁ ଛୋଟ ଛୋଟ ଶିଶୁଙ୍କୁ ନେଇ ବଡ ଦିନଟିକୁ ଧୂମଧାମରେ ପାଳନ କରାଯାଇଛି l ଏହି ପରିପ୍ରେକ୍ଷୀରେ ଅନୁଷ୍ଠାନ ତରଫରୁ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ନୃତ୍ୟ, ବକୃତା, ସଂଗୀତ ଏବଂ ଗଳ୍ପ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଏହି ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଶିଶୁମାନଙ୍କୁ ମାନପତ୍ର ସହ ପୁରସ୍କାର ବିତରଣ କରାଯାଇଥିଲା l ଏହି କାର୍ଯ୍ୟକ୍ରମକୁ ସାଂଗଠିନ ରୂପେ ଅନୁଷ୍ଠାର ପ୍ରତିଷ୍ଠାତା ଏଲ. ଈଶ୍ୱର ରାଓ ପରିଚାଳନା କରିଥିଲେ l ଏହି ଉତ୍ସରେ ମୁଖ୍ୟ ଅତିଥିରୂପେ ଶିକ୍ଷକ ସଞ୍ଜୟ କୁମାର ସେଠି ଏବଂ ରାଜେନ୍ଦ୍ର କୁମାର ସାମନ୍ତରାୟ ଯୋଗ ଦେଇ ଶିଶୁମାନଙ୍କୁ ଉତ୍ସାହିତ କରିଥିଲେ l ସମାଜ ସେବି ବାଉରୀ ବନ୍ଧୁ ସେଠି, ହୃଦାନନ୍ଦ ସାହୁ, ସ୍ମିତା ପ୍ରଜ୍ଞା ପଟନାୟକ, ପି. ସୀମାଚଳମ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସମ୍ପାଦନ କରିଥିଲେ l
ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୫/୧୨/୨୦୨୨---୯,୧୦ Sakhigopal News,25/12/2022

Blog Archive

Popular Posts