ରେମଣ୍ଡା ଗ୍ରାମ ର ପୂର୍ବତନ ଫୁଟବଲ ଖେଳାଳି ବିପିନ ବିହାରୀ ଭୋଇଙ୍କ ପରଲୋକ
ବରଗଡ଼--- ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ଗ୍ରାମ ର ପୂର୍ବତନ ଫୁଟବଲ ଖେଳାଳି ବିପିନ ବିହାରୀ ଭୋଇଙ୍କ ୭୨ ବର୍ଷ ବୟସରେ ପରଲୋକ ହୋଇଯାଇଛି । ତାଙ୍କ ବିୟୋଗ ରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ରେମଣ୍ଡା ଉଚ୍ଚ ବିଦ୍ୟାଳୟ ଓ ଗ୍ରାମ ତରଫରୁ ୧୯୭୧ ରୁ ୧୯୮୫ ପର୍ଯ୍ୟନ୍ତ ଫୁଟବଲ ଖେଳାଳୀ ଭାବେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ସେ ସମୟରେ ବରଗଡ, ସମ୍ବଲପୁର, ବଲାଙ୍ଗୀର, ସୁନ୍ଦରଗଡ ଖେଳିବାକୁ ଯାଇଥିଲେ। ରେମଣ୍ଡା ଫୁଟବଲ ମହୋତ୍ସବ ର ଉପଦେଷ୍ଟା ଭାବେ ନିଯୁକ୍ତ ହୋଇଥିଲେ। ରେମଣ୍ଡା ଫୁଟବଲ ମହୋତ୍ସବ ର ଅପୂରଣୀୟ କ୍ଷତି ହେଲା ବୋଲି ମହୋତ୍ସବ ସମ୍ପାଦକ ପରିପ୍ରକାଶ କରିଛନ୍ତି। ଶେଷ ଦର୍ଶନ ପାଇଁ ବହୁ ଆତ୍ମିୟ ସ୍ଵଜନ, ଫୁଟବଲ ପ୍ରେମୀ, ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ରାଜନୈତିକ ବ୍ୟକ୍ତି, ସମାଜସେବୀ ପୁଷ୍ପମାଲ୍ଯ ଅର୍ପଣ କରିଥିଲେ। ପରିଶେଷରେ ରେମଣ୍ଡା ସ୍ଵର୍ଗଦ୍ଵାର ଠାରେ ଅନ୍ତିମ ସଂସ୍କାର କରାଯାଇଥିଲା। ତାଙ୍କର ପୁଅ ରବିନାରାୟଣ ଭୋଇ ମୁଖାଗ୍ନି ଦେଇଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୮/୧୨/୨୦୨୨----୭,୧୦ Sakhigopal News,18/12/2022