ନାଳରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଠାବ
ବାଲିଗୁଡ଼ା:ନାଳରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଠାବ ହୋଇଛି । କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ହରିପୁର ଗାଁ ନିକଟସ୍ଥ ହାତିଲଙ୍ଗା ଜଙ୍ଗଲ ନିକଟ ନାଳରେ ଏକ ଶବ ଭାସୁଥିବା । ଖବରପାଇ ଘଟଣାସ୍ଥଳରେ ତୁମୁଡିବନ୍ଧ ପୋଲିସ୍ ପହଁଚି ଶବ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛି । ମୃତକଙ୍କ ପରିଚୟ ଜଣାପଡ଼ିନଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ଆଜି ସକାଳେ କିଛି ଅଞ୍ଚଳବାସୀ ହାତିଲଙ୍ଗା ନାଳକୁ ଶୌଚ ହେବାକୁ ଯାଇଥିବା ବେଳେ ନାଳରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଭାସୁଥିବା ଦେଖି ଭୟଭୀତ ହୋଇ ସେଠାରୁ ପଳାଇ ଆସିଥିଲେ । ଏହାପରେ ଅଞ୍ଚଳବାସୀଙ୍କ ଠାରୁ ଖବରପାଇ ତୁମୁଡ଼ିବନ୍ଧ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୪/୧୨/୨୦୨୨--୧୧,୪୦ Sakhigopal News,24/12/2022