Breaking News

ଶାନ୍ତି ସ୍ରୋତ ଭବନରେ ରାଷ୍ଟ୍ରୀୟ କୃଷକ ଦିବସ ପାଳିତ


ଭଞ୍ଜନଗର, ରାଷ୍ଟ୍ରୀୟ କୃଷକ ଦିବସ ଆନୁକୁଲ୍ୟରେ ଭଞ୍ଜନଗର ସ୍ଥିତ ଶାନ୍ତି ସ୍ରୋତ ଭବନଠାରେ ଏକ କୃଷକ ଉତ୍ସବ ପାଳନ ହୋଇଯାଇଛି। ଯାହାର ଆଭିମୁଖ୍ୟ ସକାରାତ୍ମକ ଚିନ୍ତନ ଓ ଜୈବିକ ସାର ପ୍ରୟୋଗ ଦ୍ଵାରା ସୁସ୍ଥ ସମାଜ ଓ ପ୍ରଗତିଶୀଳ ରାଷ୍ଟ୍ର ଗଠନ ସଂପର୍କିତ ଥିଲା ।
ଉକ୍ତ ଉତ୍ସବର ଆଲୋଚନା ଚକ୍ରରେ ମୁଖ୍ୟ ବକ୍ତା ରୂପେ ମୁଖ୍ୟ ସଞ୍ଚାଳିକା ରାଜଯୋଗିନୀ ବ୍ରହ୍ମା କୁମାରୀ ସନ୍ତୋଷିନୀ ଭଉଣୀ ରାଜଯୋଗର ସ୍ବାନୁଭୂତି ସହ କୃଷକମାନଙ୍କୁ ଚିନ୍ତାମୁକ୍ତ କୃଷି କାର୍ଯ୍ୟ ନିମନ୍ତେ ପ୍ରେରଣା ବାର୍ତ୍ତା ଦେଇଥିଲେ। ମୁଖ୍ୟ ଅତିଥି ରୂପେ ଭଞ୍ଜନଗର ବ୍ଲକର କୃଷି ଗ୍ରାମସେବିକା ଭଉଣୀ ମଧୁସ୍ମିତା ପ୍ରଧାନ ଯୋଗଦେଇ ଉନ୍ନତ କୃଷିର ବିଭିନ୍ନ ପ୍ରଣାଳୀ ସଂପର୍କରେ ଅବଗତ କରାଇଥିଲେ। ବିଭିନ୍ନ ଗ୍ରାମରୁ ଆସି ଉପସ୍ଥିତ ଥିବା ୬୦ରୁ ଉର୍ଦ୍ଧ୍ବ କୃଷକଙ୍କୁ ଉପହାର ଦେଇ ସମ୍ମାନିତ କରାଯାଇଥିଲା। କୁନି କୁନି କଳାକାରଙ୍କ ଦ୍ୱାରା ନୃତ୍ୟ ବେଶ ମନୋରଞ୍ଜନ ଓ ଆଧ୍ୟାତ୍ମିକଧର୍ମୀ ଥିଲା । ପରିଶେଷରେ ବ୍ରହ୍ମାକୁମାରୀ ପିଙ୍କି ଭଉଣୀ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ଏଥିସହିତ ବ୍ରହ୍ମକୁମାରୀ ଅଲିଭା, ବ୍ରହ୍ମକୁମାରୀ ପ୍ରାପ୍ତି, ବ୍ରହ୍ମକୁମାରୀ ଅନିତା ଭଉଣୀ ପୂର୍ଣ୍ଣ ସହଯୋଗ କରିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୪/୧୨/୨୦୨୨--୯,୧୦ Sakhigopal News,24/12/2022

Blog Archive

Popular Posts